Site icon ଆଜିକାଲି

ଜୟପୁରରୁ ଉଡିବ ବିମାନ, ଡିଜିସିଏର ଅନୁମତି

ଜୟପୁର : ଜୟପୁରରୁ ଉଡିବ ବିମାନ । ବିମାନ ବନ୍ଦରକୁ ବିମାନ ଉଡିବା ପାଇଁ ଅନୁମତି ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ- ଡିଜିସିଏ । ‘ଉଡାଣ’ ଯୋଜନାରେ ଲାଇସେନ୍ସ ପ୍ରଦାନ କରିଛନ୍ତି ଡିଜିସିଏ। ପୂର୍ବରୁ ଡିଜିସିଏର ଯାଞ୍ଚ ଟିମ ଆସି ଜୟପୁର ବିମାନବନ୍ଦର ଅନୁଧ୍ୟାନ କରିଥିଲେ । ବିମାନ ଉଡାଣ ନେଇ ଆଜି ଅନୁମତି ପ୍ରଦାନ କରାଯାଇଥିବା ବେସାମରିକ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ବିଟ କରି ସୂଚନା ଦେଇଛନ୍ତି। ବିମାନ ବନ୍ଦରରେ ସମସ୍ତ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର କାମକରି ଆସୁଥିଲେ ।

Exit mobile version