Site icon ଆଜିକାଲି

ସାକାର ହେବ କଳାହାଣ୍ଡିବାସୀଙ୍କ ସ୍ୱପ୍ନ, ଆସନ୍ତା ୩୧ରେ ଉତ୍କେଲା ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡି ଜିଲା ଉତ୍କେଲା ବିମାନ ବନ୍ଦର । ୩୧ ତାରିଖ ସକାଳ ସାଢେ ୧୦ଟାରେ ଉତ୍କେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ କିଛି ଦିନ ତଳେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ) ଙ୍କ ପକ୍ଷରୁ ଅନୁମତି ମିଳିଥିଲା । ଡିଜିସିଏ ପକ୍ଷରୁ ଉତ୍କେଲାରୁ ବିମାନ ଚଳାଚଳ ନେଇ ସବୁଜ ସଂକେତ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଥିଲେ । ଉତ୍କେଲାରୁ ଭୁବନେଶ୍ବରକୁ ବିମାନ ଉଡ଼ିବା ଦ୍ୱାରା ଏହି ଅଞ୍ଚଳର ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ବୋଲି ଟୁଇଟ କରି କହିଥିଲେ ମୁଖ୍ୟମନ୍ତ୍ରୀ।

Exit mobile version