Site icon ଆଜିକାଲି

ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗଳୁରୁ ଉଡିବ ବିମାନ

ଝାରସୁଗୁଡ଼ା : ଝାରସୁଗୁଡ଼ାରୁ ବିମାନ ବନ୍ଦରରୁ ଏଣିକି ପ୍ରତିଦିନ କୋଲକାତା ଓ ବେଙ୍ଗଳୁରୁକୁ ଉଡ଼ିବ ବିମାନ । ନଭେମ୍ବର ୫ତାରିଖରୁ କୋଲକାତାକୁ ଝାରସୁଗୁଡ଼ାରୁ ବିମାନ ଚଳାଚଳ କରିବ । ନଭେମ୍ବର ୧୫ରୁ ବେଙ୍ଗଳୁରୁକୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ । ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ ବୋଲି ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ୍ସ ( ପୂର୍ବର ଟୁଇଟର )ରେ ସୂଚନା ଦିଆଯାଇଛି । ଝାରସୁଗୁଡ଼ା ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ବିମାନ ରାତି ୭ଟା ୫୫ ମିନିଟରେ ବାହାରିବ । କୋଲକାତାରେ ଏହି ବିମାନ ରାତି ୯ଟା ୨୦ ମିନିଟରେ ପହଞ୍ଚିବ । ସେହିଭଳି ବେଙ୍ଗଳୁରୁ ଯିବାକୁ ଥିବା ବିମାନ ଝାରସୁଗୁଡ଼ା ବିମାନବନ୍ଦରରୁ ଦିନ ୧୨ଟା ୫୦ ମିନିଟରୁ ବାହାରିବ । ଅପରାହ୍ନ ୨ଟା ୫୫ ମିନିଟରେ ବେଙ୍ଗାଳୁରୁରେ ପହଞ୍ଚିବ ବିମାନ।

Exit mobile version