Site icon ଆଜିକାଲି

ବନ୍ୟା କ୍ଷୟକ୍ଷତି ରିପୋର୍ଟ: ଭାଙ୍ଗିଛି ୧୪ ହଜାର ଘର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିଛି । ପ୍ରବଳ ବର୍ଷା ଓ ବନ୍ୟାରେ ରାଜ୍ୟରେ ୧୪ ହଜାର ଘର ଭାଙ୍ଗିଛି ବୋଲି ରିପୋର୍ଟରେ କୁହାଯାଇଛି । ମୋଟ ୧୪ ହଜାର ୨୩୫ଟି ଘର ଭାଙ୍ଗିଥିବା ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି । ୧ ଲକ୍ଷ ୨୬ହଜାର ୧୬୨ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨୮ ହଜାର ହେକ୍ଟର ମାଛ ପୋଖରୀ, ୧୨୩୬ ଗୁହାଳ କ୍ଷତିଗ୍ରସ୍ତ ହୋଇଛି । ଘର ନିର୍ମାଣ, କୃଷି ସହାୟତା ଆଦି ପାଇଁ ୧୨୮.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Exit mobile version