Site icon ଆଜିକାଲି

ବାଲେଶ୍ୱରରେ ବନ୍ୟା ପରିସ୍ଥିତି : ସମସ୍ତ ସ୍କୁଲ ଛୁଟି, ଆସିବେ ଶିକ୍ଷକ ଓ କର୍ମଚାରୀ

ବାଲେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବାଲେଶ୍ବର ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିଷ୍ପତ୍ତି ହୋଇଛି । ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସ୍କୁଲ ଛୁଟି ରହିଲେ ବି ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ସ୍କୁଲ ଆସିବେ । ନୂଆକରି ଯୋଗ ଦେଇଥିବା ଶିକ୍ଷକମାନେ ବନ୍ୟା ମୁକାବିଲାରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବେ । ବିନା ଅନୁମତିରେ କେହିବି ଅନୁପସ୍ଥିତ ରହିପାରିବେ ନାହିଁ । ସ୍କୁଲର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ମଧ୍ୟାହ୍ନ ଭୋଜନ ଚାଉଳ ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ । ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି । ସ୍କୁଲକୁ ସଫାସୁତୁରା ରଖିବା ସହ ଆବଶ୍ୟକସ୍ଥଳରେ ବନ୍ୟା ବିପନ୍ନଙ୍କ ଆଶ୍ରୟ ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

Exit mobile version