Site icon ଆଜିକାଲି

ଖାଦ୍ୟ ସଂପର୍କରେ ‘ସହାୟକ’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର : ‘ସହାୟକ’ ସଂଗଠନ ପକ୍ଷରୁ ରବିବାର ପୂର୍ବାହ୍ନରେ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ ସଭାଗୃହରେ ଏକ ସ୍ୱତନ୍ତ୍ର ବୈଠକରେ ‘ଯୁବ ବିକାଶ’ର ନିର୍ଦ୍ଦେଶକ ଗୋବିନ୍ଦ ଦଳାଇ ଯୋଗଦେଇ ବର୍ତ୍ତମାନ ସାଧାରଣ ପରିବାର ସଦସ୍ୟଙ୍କ ଖାଦ୍ୟ ଓ ବିଭିନ୍ନ ରୋଗ ସୃଷ୍ଟିର କାରଣ ଉପରେ ଗବେଷଣାମୂଳକ ତଥ୍ୟ ଉପସ୍ଥାପିତ କରିଥିଲେ । ସୁଷମ ଓ ସନ୍ତୁଳିତ ଖାଦ୍ୟ ବହୁ ରୋଗର ନିରାକରଣ କରିପାରିବ ବୋଲି ସେ ମତପ୍ରଦାନ କରିଥିଲେ । ଚଳିତ ବର୍ଷ ବିଶ୍ୱ ମାଣ୍ଡିଆ ଦିବସ ଅବସରରେ କ୍ଷୁଦ୍ରଶସ୍ୟକୁ ବିଶ୍ୱ ଖାଦ୍ୟ ବ୍ୟବସ୍ଥାରେ ପ୍ରମୁଖ ଭୂମିକା ଥିବାରୁ ମାଣ୍ଡିଆ ଜାତୀୟ ଖାଦ୍ୟ ଯଥା – ସୁଆଁ, ରାଗି, କାଙ୍ଗୁ ଭଳି ଶସ୍ୟକୁ ବିଶେଷକରି ବୟସ୍କ ବ୍ୟକ୍ତିମାନେ ଦୈନିକ ଖାଦ୍ୟଭାବେ ଗ୍ରହଣ କଲେ ମଧୁମେହ ଜନିତ ସମସ୍ତ ରୋଗରୁ ମୁକ୍ତି ମିଳିବ ବୋଲି ଶ୍ରୀ ଦଳାଇ ବୁଝାଇଥିଲେ । ‘ଯୁବ ବିକାଶ’ ପକ୍ଷରୁ ଏହି ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ଆୟୋଜିତ ସଭାରେ ଡ. କ୍ଷିତୀଶ୍ୱର ଦାଶ ଅଧ୍ୟକ୍ଷତା କରିଥିଲେ । ‘ସହାୟକ’ର ପ୍ରତିଷ୍ଠାତା ସଭ୍ୟ ଧୀରେନ୍ଦ୍ର ନାରାୟଣ ଦାସ, ଇଂ. ବନମାଳୀ ନାୟକ, ଉପସଭାପତି ସାବିତ୍ରୀ ଦାସ ପ୍ରମୁଖ ମଞ୍ଚାସୀନ ଥାଇ ନୂତନ ଭାବେ ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିଥିବା ସଂଜୀବ ନାୟକ, ଡ. ପ୍ରଣବ କୁମାର ଦାସ, ଡ. କୁମାର ଗୋପାଳ, ରାଜେନ୍ଦ୍ର କୁମାର ରାଉତ ଓ ଦୀପ୍ତିଲତା ଦାସଙ୍କୁ ପୁଷ୍ପ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଧାରଣ ସଂପାଦକ ବିଜୟ ଦାସ ଅଧିକାରୀ ‘ସହାୟକ’ ପକ୍ଷରୁ ଗ୍ରହଣ କରାଯାଇଥିବା ଜନକଲ୍ୟାଣ କାର୍ଯ୍ୟଗୁଡ଼ିକର ବିବରଣୀ ଉପସ୍ଥାପନ କରିଥିଲେ । କୋଷାଧ୍ୟକ୍ଷ ସୁରେନ୍ଦ୍ର ନାୟକ ଆୟବ୍ୟୟର ବିବରଣୀ ପାଠ କରିଥିଲେ । ବରିଷ୍ଠ ସଦସ୍ୟ କୃତ୍ତିବାସ ଆଚାର୍ଯ୍ୟ, ଅକ୍ଷୟ କୁମାର ତ୍ରିପାଠୀ, ସୁଦର୍ଶନ ଦାସ, ସଚୀନ୍ଦ୍ର ଦାସ, ସେକ୍ ଆଲ୍ଲାଉଦ୍ଦିନ୍‌, ଶ୍ୟାମସୁନ୍ଦର ଜେନା, ଗଙ୍ଗାଧର ପୃଷ୍ଟି, ଭବେଶ ଚନ୍ଦ୍ର ପଣ୍ଡା, କାମିନୀକାନ୍ତ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାସ, ନିରଞ୍ଜନ ପରିଡ଼ା, ଜ୍ଞାନେନ୍ଦ୍ର ସାହୁ, ପୁଷ୍ପଲତା ମହାନ୍ତି, ଲକ୍ଷ୍ମୀପ୍ରିୟା ଜେନା, ପ୍ରତିମା ପଣ୍ଡା, ପ୍ରଣିତା ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିôତଲେ । ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Exit mobile version