Site icon ଆଜିକାଲି

୧୧ତମ ମହାଦେଈଯୋଡା ଜି.ପି. ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କେନ୍ଦୁଝର, ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସଦର ବ୍ଲକ ଅନ୍ତର୍ଗତ ମହାଦେଈଯୋଡା ପଞ୍ଚାୟତ ର ଟିକରପଡା ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଆଜି ୧୧ତମ ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବଛା ବଛା ୩୨ଟି ଦଳ ଭାଗ ନେଉଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରର ଏମିତିକି ରାଜ୍ୟ ବାହାର ର ମଧ୍ୟ କିଛି ଟିମ୍ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଟ୍ରକ ମାଲିକ ସଂଘ ର ସମ୍ପାଦକ ସୂର୍ଯ୍ୟନାରାୟଣ କର (ଦିଲୁ କର) , ସଙ୍ଘ ର ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା ତଥା ସ୍ଥାନୀୟ ସରପଞ୍ଚ ରମେଶ ମୁଣ୍ଡା ତଥା ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ । ଆଖ ପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଫୁଟବଲ୍ ପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟ କୁ ଉପଭୋଗ କରିଥିଲେ ।

Exit mobile version