Site icon ଆଜିକାଲି

ଲଗାତର ଦ୍ୱିତୀୟ ଦିନ ପ୍ରବଳ ଗରମ ଓ ଗୁଳୁଗୁଳି, ଆଉ ଚାରି ଦିନ ଲାଗିରହିବ ଏଭଳି ସ୍ଥିତି

ଭୁବନେଶ୍ୱର : ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହୋଇଛି । ଆଜି ଦିନ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ଥିଲା । ରାଜ୍ୟରେ ଆଗାମୀ ୪-୫ ଦିନ ଧରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ରାଜ୍ୟରେ ଆଉ ୪ ଦିନ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ଝାରସୁଗୁଡାରେ ୪୨.୨ ଡ଼ିଗ୍ରୀ ଥିବାବେଳେ ସମ୍ବଲପୁରରେ ୪୧.୨ ଡ଼ିଗ୍ରୀ, ହୀରାକୁଦରେ ୪୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୬ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮.୨ ଡ଼ିଗ୍ରୀ, ବାଲେଶ୍ୱରରେ ୩୬ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୬ ଡ଼ିଗ୍ରୀ, ପାରାଦ୍ୱୀପରେ ୩୨.୬ ଡ଼ିଗ୍ରୀ, କେନ୍ଦୁଝରରେ ୨୮.୮ ଡ଼ିଗ୍ରୀ ରହିଛି ।

Exit mobile version