Site icon ଆଜିକାଲି

ଦେଶରେ ପ୍ରଥମ ଥର ପାଇଁ ଭିତରକନିକାରେ ଠାବ ହେଲା ମ୍ୟାନଗ୍ରୁଭ ପିଟା ପକ୍ଷୀ

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା । ଭିତରକନିକାରେ ପ୍ରଥମ ଥର ୫ଟି ରେଞ୍ଜରେ ଏହି ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା କରାଯାଇଛି । ଚଳିତ ବର୍ଷ ୧୭୯ଟି ପକ୍ଷୀ ଗଣନା କରାଯାଇଥିବା ସୂଚନା ମିଳିଛି । ସୂଚନାଯାଗ୍ୟ, ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର ପକ୍ଷୀ ମ୍ୟାନଗ୍ରୁଭ ପିଟା ବା (ନବରଙ୍ଗୀ ଚଢେଇ)ଙ୍କ ଗଣନା କରାଯାଇଛି ।

ରାଜନଗର ବନ ବିଭାଗ ପକ୍ଷରୁ ରାଜନଗର ରେଞ୍ଜର ୧୧ ଟି ଟିମ୍, କନିକା ରେଞ୍ଜର ୧୦ଟି, ମହାକାଳପଡା ରେଞ୍ଜର ୬ଟି, କୁଜଙ୍ଗ ରେଞ୍ଜର ୪ଟି ଓ ଗହୀରମଥା ରେଞ୍ଜର ଗୋଟିଏ ଟିମ୍ ଏହି ଗଣନା କରିଥିଲା । ଏହି ୩୨ଟି ଟିମରେ ପ୍ରାୟ ୧୦୦ ଜଣ ବନ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି । ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ତତ୍ୱାବଧାନରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ମ୍ୟାନଗ୍ରୁଭ ପିଟା ପକ୍ଷୀ ପ୍ରାୟ ବିଲୁପ୍ତ ହେବାକୁ ବସିଲେଣି। ଏହି ପ୍ରଜାତିର ପକ୍ଷୀ ସାଧାରଣତଃ ଘଞ୍ଚ ହେନ୍ତାଳ ଜଙ୍ଗଲ ମଧ୍ୟରେ ବସବାସ କରିଥାନ୍ତି ।

Exit mobile version