Site icon ଆଜିକାଲି

ଜଙ୍ଗଲରେ ଲାଗୁଥିବା ନିଆଁ ମନୁଷ୍ୟକୃତ : ପିସିସିଏଫ୍

ଭୁବନେଶ୍ବର : ଖରାଦିନ ଆରମ୍ଭ ହେଉଣୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଲାନି ନିଆଁ । ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ।

ସେ କହିଛନ୍ତି ଯେ, ଜଙ୍ଗଲୀ ଜନ୍ତୁଙ୍କ ଶିକାର ପାଇଁ ନିଆଁ ଲଗାଉଛନ୍ତି ଶିକାରୀ । ରବିବାର କନ୍ଧମାଳ ଜିଲାରୁ ନିଆଁ ଲଗାଇବା ବେଳେ ଶିକାରୀ ଧରାପଡ଼ିଛନ୍ତି । ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ସଚେତନତା କରାଯାଉଛି । ନିଆଁ ଲାଗିଲେ ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି । ନିଆଁ ଲିଭା ଯିବା ପରେ ଫଟୋ ଉଠାଇ ଅପଲୋଡ଼ କରାଯାଉଛି । ନିଆଁ ଲଗାଉଥିବା ବେଳେ ଧରାପଡିଲେ ମାମଲା କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ନିଆଁ ଲାଗିବା ନେଇ ଖବର ଦେଲେ ୫ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପୁରସ୍କାର ବ୍ୟବସ୍ଥା କରାଯାଇଛି ।

Exit mobile version