Site icon ଆଜିକାଲି

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା : ସହାୟତା ଦାବି କଲେ ପରିବାର ଲୋକ

ଆଠଗଡ : ଶିକାରୀ ଗୁଳିରେ ଶିମିଳିପାଳ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ମୃତ୍ୟୁ ଘଟଣାରେ ପରିବାରକୁ ୧ କୋଟି ଟଙ୍କାର ସହାୟତା ସହ ଫ୍ୟାମିଲି ପେନସନ୍ ଦାବି କରାଯାଇଛି । ମୃତ ବିମଳଙ୍କ ୭ ବର୍ଷର ଝିଅର ସମସ୍ତ ପାଠପଢା ଖର୍ଚ୍ଚ ମଧ୍ୟ ସରକାର ବହନ କରିବାକୁ ପରିବାର ବର୍ଗ ସର୍ତ୍ତ ରଖିଛନ୍ତି ।

ମଙ୍ଗଳବାର ସକାଳ ୧୧ଟା ୩୦ମିନିଟ୍‌ରେ ବିମଳଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାରକୁ ହସ୍ତାନ୍ତର କରିବା ଆଗରୁ ମଞ୍ଚାବନ୍ଧା ବନ ସହିଦସ୍ଥଳରେ ବିମଳଙ୍କୁ ସହିଦ ସମ୍ମାନ ସହିତ ‘ଗାର୍ଡ ଅଫ୍ ଅନର୍’ ଦିଆଯାଇଛି । ବିମଳଙ୍କ ମୃତଦେହ ବାରିପଦା ଭୁଗୁଡାକଟା ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ବାରୁଣୀଘାଟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Exit mobile version