Site icon ଆଜିକାଲି

ରୋଜଗାର ଦେଇଛି ଜଙ୍ଗଲି ଛତୁ

କେନ୍ଦୁଝର, ଛତୁ ନିରାମିଷାସୀଙ୍କ ପାଇଁ ବର୍ଷତମାମ ମନପସନ୍ଦର ଖାଦ୍ୟ। ଏଥିପାଇଁ ଆଧୁନିକ ପ୍ରଣାଳୀରେ ଉତ୍ପାଦନ ହୋଇ ବଜାରରେ ବିକ୍ରି ହୋଇ ଆସୁଛି ବଟମ ଓ ପାଳଛତୁ । କିନ୍ତୁ,ବର୍ଷା ଋୁତୁରେ କେନ୍ଦୁଝରର ବଣପାହାଡରୁ ସଂଗ୍ରହ ହୋଇ ବଜାରରେ ବିକ୍ରି ହେଉଥିବା ଜଙ୍ଗଲି ଛତୁର ଚାହିଦା ଅଧିକ ସହ ସ୍ୱାଦ ମଧ୍ୟ ବେଶ୍‌ ନିଆରା। ବିଶେଷକରି କେନ୍ଦୁଝର ଜିଲାର ବଣ ପାହାଡ ଘେରା ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ଯୋଡା ଆଦି ବ୍ଲକ ଅଞ୍ଚଳରେ ବସବାସ କରୁଥିବା ପାରମ୍ପରିକ ବନବାସୀ ବର୍ଷା ଋତୁରେ ନିକଟସ୍ଥ ଜଙ୍ଗଲରୁ ପତଳା, ଅଙ୍ଗାରୁଆ, ମଣ୍ଡା, ମହାମଣି, ବାଉଁଶ ଛତୁୁ, କାଠ ଛତୁ, ରୁଟୁକା, ବାଲି ଛତୁ, ବିହୁଡୁଣୀ ଆଦି ବିଭିନ୍ନ କିସମର ଛତୁ ସଂଗ୍ରହ କରି ନିକଟସ୍ଥ ବଜାର ସମେତ କେନ୍ଦୁଝର ସହରକୁ ବିକ୍ରି କରିବା ପାଇଁ ଆସିଥାନ୍ତି ।

Exit mobile version