Site icon ଆଜିକାଲି

ଫରେଷ୍ଟର ସଞ୍ଜୟଙ୍କ ଆତ୍ମହତ୍ୟା ମାମଲା: ଡିଏଫ୍‌ଓଙ୍କୁ ତଦନ୍ତ ପରିସରଭୁକ୍ତ କଲା ପୁଲିସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜାରିଂ ହାଇଟେକ୍‌ ନର୍ସରୀର ସେଲ୍‌ଭି କଲଚର୍‌ ରିସର୍ଚ୍ଚ ୱିଙ୍ଗ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଓ ସୁଇସାଇଡ୍‌ ନୋଟ୍‌ ବନ ବିଭାଗର ଚାରା ଦୁର୍ନୀତିକୁ ପଦାରେ ପକାଇଛି । ସଞ୍ଜୟଙ୍କ ସୁଇସାଇଡ ନୋଟ୍‌ ଆଧାରରେ ତାଙ୍କ ସମ୍ପର୍କୀୟମାନେ କରିଥିବା ଅଭିଯୋଗ ଅନୁଯାୟୀ କଳାହାଣ୍ଡି ପୁଲିସ୍‌ ତଦନ୍ତ ଜାରି ରଖିଛି । ଶନିବାର ଭବାନୀପାଟଣା ଟାଉନ୍‌ ପୁଲିସ୍‌ ମୃତ ଫରେଷ୍ଟର ସଞ୍ଜୟଙ୍କ ବଡ଼ଭାଇ ରବି ନାରାୟଣ ନାୟକଙ୍କୁ ଡାକି ଥାନାରେ ତାଙ୍କ ବୟାନ ରେକର୍ଡ କରିଛି ।

ପୂର୍ବରୁ ପରିବାର ସଦସ୍ୟ ଯେଉଁ ଅଭିଯୋଗ ଆଣିଥିଲେ, ସେସବୁକୁ ପୁଣିଥରେ ବିଧିବଦ୍ଧ ଭାବେ ରେକର୍ଡ କରାଯାଇଥିଲା । ଏହି ମାମଲାରେ ସେଲ୍‌ଭି କଲଚର୍‌ ରିସର୍ଚ୍ଚ ୱିଙ୍ଗ ଅଧିକାରୀ ତଥା ରାୟଗଡ଼ା ଡିଏଫ୍‌ଓଙ୍କୁ ପୁଲିସ୍‌ ତଦନ୍ତ ପରିସରଭୁକ୍ତ କରିଛି । ଆସନ୍ତା ସୋମବାର ଡିଏଫ୍‌ଓଙ୍କୁ କଳାହାଣ୍ଡି ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟରେ ଉପସ୍ଥିତ ହେବାକୁ ଅବଗତ କରାଯାଇଥିବା ଜଣାଯାଇଛି ।

Exit mobile version