Site icon ଆଜିକାଲି

୨୦୨୩ ଯୁକ୍ତ୨ ପରୀକ୍ଷା ପାଇଁ ଆସନ୍ତା ୧୪ରୁ ଫର୍ମ ପୂରଣ

ଭୁବନେଶ୍ବର : ୨୦୨୩ ମସିହାରେ ହେବାକୁ ଥିବା ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୧୯ ମଧ୍ୟରେ ବିନା ଜରିମାନାରେ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ନଭେମ୍ବର ୨୧ରୁ ୨୩ ତାରିଖ ମଧ୍ୟରେ ଫି’ ଦାଖଲ କରିବାକୁ ହେବ । ନଭେମ୍ବର ୨୧ରୁ ୨୬ ମଧ୍ୟରେ ଶହେ ଟଙ୍କା ଜରିମାନା ଏବଂ ୨୮ରୁ ୩୦ ମଧ୍ୟରେ ୪୫୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପାରିବେ।

ଯେଉଁମାନେ ୧୦୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବେ ସେମାନେ ୨୮ରୁ ୩୦ ଓ ୪୫୦ ଟଙ୍କା ଜରିମାନା ଦେଇଥିବା ଛାତ୍ରଛାତ୍ରୀ ଡିସେମ୍ବର ୧ରୁ ୩ ମଧ୍ୟରେ ଫି’ ଦାଖଲ କରିବେ। ଫର୍ମ ପୂରଣ ବାବଦରେ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡ଼ିବ। ପ୍ରାକ୍ଟିକାଲ ଲାଗି ପେପର୍‌ ପିଛା ୪୦ ଟଙ୍କା ଫି’ ଦେବାକୁ ହେବ। କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ।

FacebookTwitterLinkedinWhatsapp
Exit mobile version