Site icon ଆଜିକାଲି

ଲାଞ୍ଚ ମାମଲାରେ ପୂର୍ବତନ ଅମିନଙ୍କୁ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଏକ ଲାଞ୍ଚ ମାମଲାରେ ଭିଜିଲାନ୍ସ ଦ୍ବାରା ଧରାପଡିଥିବା ଭୁବନେଶ୍ୱର ସହକାରୀ ଚକବନ୍ଦୀ ଅଫିସରଙ୍କ କାର୍ଯ୍ୟାଳୟର ତତ୍କାଳୀନ ଅମିନ ଧ୍ରୁବଚରଣ ଭୋଇଙ୍କୁ ଆଜି ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ତିନି ମାସ ଜେଲରେ ରହିବାକୁ ପଡ଼ିବ। ଏଥିସହ ଦୁର୍ନୀତି ନିବାରଣ ଅଧିନିୟମର ଧାରା ୭ ଅନୁସାରେ ଧ୍ରୁବଚରଣ ଭୋଇଙ୍କୁ ୨ ବର୍ଷ ଜେଲ୍ ଓ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜୋରିମାନା ଦେଇନପାରିଲେ ଆଉ ତିନି ମାସ ଜେଲରେ ରହିବାକୁ ହେବ । ଉଭୟ ଦଣ୍ଡାଦେଶ ଏକାସାଙ୍ଗରେ କାର୍ଯ୍ୟକାରୀ ହେବ । ୨୦୧୪ରେ ଜଣେ ବ୍ୟକ୍ତିଙ୍କୁ ଜମିପଟ୍ଟା ସଂପର୍କିତ ରେକର୍ଡ ପ୍ରଦାନ କରିବାକୁ ତତ୍କାଳୀନ ଅମିନ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ।

Exit mobile version