Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ୫-ଟି ଉପକ୍ରମକୁ ପ୍ରଶଂସା

ଭୁବନେଶ୍ୱର : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଅର୍ଥନୈତିକ ବିକାଶ, ଓଡ଼ିଶାର ଅଭିବୃଦ୍ଧି ଓ ଭବିଷ୍ୟତ ସମ୍ଭାବନା ନେଇ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ସଫଳତାକୁ ପ୍ରଶଂସା କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ। ୫-ଟି ଉପକ୍ରମ ଅଧୀନରେ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣକୁ ମଧ୍ୟ ପ୍ରଶଂସା କରିଛନ୍ତି ଟୋନି ବ୍ଲେୟାର।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର ଓ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଫର୍ ଗ୍ଲୋବାଲ ଚେଞ୍ଜ୍ – ଟିବିଆଇ ମଧ୍ୟରେ ଜୁଲାଇ ୨୧ ରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହି ବୁଝାମଣା ଅନୁସାରେ ଟିବିଆଇ ଓଡ଼ିଶା ପାଇଁ ଏକ ବ୍ୟାପକ ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ । ଏ ଦିଗରେ ଟିବିଆଇର ପ୍ରାରମ୍ଭିକ ପ୍ରସ୍ତାବଗୁଡିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଟିବିଆଇର ଏଭଳି ସହଯୋଗ ରାଜ୍ୟରେ ସନ୍ତୁଳିତ ଶୈଳ୍ପିକ ଅଭିବୃଦ୍ଧି ସହ ନାଗରିକମାନଙ୍କ ପାଇଁ ସାମଗ୍ରିକ ହିତସାଧନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସହଯୋଗ ଓ ସମର୍ଥନ ପାଇଁ ଟୋନି ବ୍ଲେୟାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ୨୪ ମାସ ପାଇଁ ଟିବିଆଇ ୪ଟି ସମ୍ବଳ ମୁତୟନ କରିବ । ପ୍ରକଳ୍ପ ଟିମ୍ ଟିବିଆଇ ନେତୃତ୍ୱର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାମ କରିବ । ଟିମ୍ ଓଡ଼ିଶା ସହ ମିଳିତ ଭାବେ ଟିବିଆଇ ଟିମ୍ କାମ କରିବ ।

Exit mobile version