Site icon ଆଜିକାଲି

ଆଜି ବିଆରଏସରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

କୋରାପୁଟ : ଆଜି କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି -ବିଆରଏସରେ ସାମିଲ ହେବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ। ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ମଧ୍ୟ ବିଆରଏସରେ ସାମିଲ ହେବେ । ହାଇଦ୍ରାବାଦରେ ବିଆରଏସର ମିଶ୍ରଣ ପର୍ବ ଆୟୋଜିତ କରାଯାଉଛି । ଦଳର ମୁଖିଆ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖରଙ୍କ ଉପସ୍ଥିତିରେ ଗମାଙ୍ଗ ପରିବାର ବିଆରଏସରେ ସାମିଲ ହେବେ ।

୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ବିଆର୍‌ଏସରେ ଯୋଗଦେବେ। ବିଜେପିରେ ଉପେକ୍ଷିତ ହେଲା ପରେ କିଛି ଦିନ ତଳେ ବିଆରଏସ୍‌ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ ଗିରିଧର ଗମାଙ୍ଗ , ଶିଶିର ଗମାଙ୍ଗ । ଜୟରାମ ପାଙ୍ଗୀ ମଧ୍ୟ ବିଆରଏସ ମୁଖ୍ୟଙ୍କୁ ସାକ୍ଷାତ କରିଥିଲେ।

FacebookTwitterLinkedinWhatsapp
Exit mobile version