Site icon ଆଜିକାଲି

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ

ଭୁବନେଶ୍ୱର : ମିଶନ୍-୨୪କୁ ସଫଳ କରିବାକୁ ଜୋରଦାର ହେଲାଣି କ୍ଷେତ୍ର ପ୍ରସ୍ତୁତି। ନିର୍ବାଚନ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ହେଭିୱେଟ୍ । ଏହି ପରିପ୍ରେକ୍ଷୀରେ ଆଜି ଆସୁଛନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।

ଆଜି ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ଜଗତସିଂହପୁର ଯିବେ । ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବା ପରେ ମା’ ଶାରଳାଙ୍କ ଦର୍ଶନ କରିବେ ଶିବରାଜ ସିଂ ଚୌହ୍ୱାନ । ସନ୍ଧ୍ୟାରେ କଟକ ସ୍ଥିତ ଶାରଳା ଭବନରେ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଭୁବନେଶ୍ବର ଫେରିବେ ଶିବରାଜ ।

ତାଙ୍କ ପରେ ୧୫ରେ ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି । ୨୨ ତାରିଖରେ ରାଜନାଥ ସିଂ ଓଡ଼ିଶା ଆସିବେ । ଏମାନଙ୍କ ସହ ପରବର୍ତ୍ତୀ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ବିଜେପିର ଆଉ କିଛି ହେଭିୱେଟ୍ ନେତା ବି ଓଡ଼ିଶା ଆସିବେ । ଏଥର ବିଧାନସଭା ଓ ଲୋକସଭାରେ ସର୍ବାଧିକ ସିଟ୍ ହାତେଇବାକୁ ଟାର୍ଗେଟ ରଖିଛି ବିଜେପି । ଗତକାଲି ରାଜ୍ୟ ପଦାଧିକାରୀଙ୍କ ବୈଠକରେ ନିର୍ବାଚନ ରଣନୀତି ନେଇ ବିଚାରବିମର୍ଶ କରିଥିଲେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମର ଓ ସହପ୍ରଭାରୀ ଲତା ଉସେଣ୍ଡି ।

Exit mobile version