Site icon ଆଜିକାଲି

ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ

ବାଲେଶ୍ଵର : ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗତ ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ପରିବାର ଲୋକେ କଟକ ବଡ଼ ମେଡିକାଲ ନେଉଥିଲେ । କିନ୍ତୁ ଅଧା ବାଟରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମରଶରୀର ବାଲେଶ୍ଵର ଗୋପାଳ ଗାଁ ସ୍ଥିତ ବାସଭବନରେ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଦଳର ରାଜନେତା, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।

ସ୍ୱର୍ଗତ ଗୋପନାରାୟଣ ଦାସ ୧୯୮୫ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ । ନିର୍ବାଚନରେ ସେ ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ଦେ’ଙ୍କୁ ମାତ୍ର ୮୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।

Exit mobile version