Site icon ଆଜିକାଲି

ଲାଞ୍ଚ ମାମଲାରେ ଜେଲ୍ ଗଲେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା

ଭୁବନେଶ୍ୱର – ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପଲ୍ଲୀ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା କୈ।ଶଲ୍ୟା ଧୁରୁଆ ଓ ତାଙ୍କ ସ୍ୱାମୀ ଇନ୍ଦ୍ରମଣି ଧୁରୁଆଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି। ଏମପି -ଲାଡ୍ ଫଣ୍ଡ ଅଧୀନରେ ତିନିଟି ଉନ୍ନୟନମୂଳକ କାର୍ଯ୍ୟର ଚୂଡାନ୍ତ ବିଲ୍ ପେମେଣ୍ଟ ପାଇଁ ଧୁରୁଆ ଦମ୍ପତ୍ତି ଅଭିଯୋଗକାରୀଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା କୈଶ।ଲ୍ୟା ଧୁରୁଆଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ସଶ୍ରମ ଜେଲ୍ ଓ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ୬ ମାସ ଜେଲରେ ରହିବାକୁ ପଡ଼ିବ । ଏହି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କୈ।ଶଲ୍ୟାଙ୍କୁ ଅତିରିକ୍ତ ଭାବେ ଆଉ ତିନିମାସ ସଶ୍ରମ ଜେଲ୍ ଦଣ୍ଡାଦେଶ ସହ ୪ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ୫ ମାସ ଅଧିକ ଜେଲରେ ରହିବାକୁ ପଡ଼ିବ ।

ଏହି ମାମଲାରେ କୈ।ଶଲ୍ୟାଙ୍କ ସ୍ୱାମୀ ଇନ୍ଦ୍ରମଣିଙ୍କୁ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଆଜି କୈ।ଶଲ୍ୟା ଧୁରୁଙ୍କୁ ଜେଲ୍ ପଠାଇ ଦିଆଯାଇଛି।

Exit mobile version