Site icon ଆଜିକାଲି

କନ୍ଧମାଳ ଜିଲା କୋର୍ଟର ସମନ୍ୱିତ ନୂତନ କମ୍ପ୍ଲେକ୍ସର ଭିତ୍ତପ୍ରସ୍ତର ସ୍ଥାପନ

ଫୁଲବାଣୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍. ମୁରଲୀଧରଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ କନ୍ଧମାଳ ଜିଲା କୋର୍ଟର ସମନ୍ୱିତ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି l ଫୁଲବାଣୀ ସ୍ଥିତ ଦାକପାଜୁଠାରେ ହେବାକୁ ଥିବା ନୂଆ ଜିଲ୍ଲା ଦୌରାଜଜ୍ କୋର୍ଟ ଓ ବିଚାର ବିଭାଗୀୟ ସମନ୍ୱିତ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟ ବିଚାରପତି l ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଡକ୍ଟର ବି. ଆର ଷଡଙ୍ଗୀ ଓ ମାନ୍ୟବର ଜଷ୍ଟିସ୍ ଏମ୍. ଏସ. ସାହୁ, ଜିଲ୍ଲା ଦୌରାଜଜ ସତ୍ୟପୀର ମିଶ୍ର, ଫୁଲବାଣୀ ଓକିଲ ସଂଘର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ କୁମାର ବେହେରା ମଞ୍ଚାସୀନ ହୋଇଥିଲେ l

ଜିଲା ଦୌରାଜଜ ମୁଖ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଚାରପତି ଡକ୍ଟର ଏମ. ଏସ ସାହୁ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ଦୌରାଜଜ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ଉପରେ ସୂଚନା ଦେଇଥିଲେ l ଏହା ସହିତ ବିଚାରପତି ଜଷ୍ଟିସ ବି. ଆର ଷଡଙ୍ଗୀ କନ୍ଧମାଳ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ପ୍ରଶାସନର ସହଯୋଗକୁ ଧନ୍ଯବାଦ ଦେଇଥିଲେ l ପରେ ନୂତନ ଭାବରେ ହେବାକୁ ଥିବା କୋର୍ଟ କମ୍ପ୍ଲେକ୍ସର ଏକ ବୃତ୍ତଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା l ଜିଲ୍ଲା ଓକିଲ ସଂଘକୁ ମଧ୍ଯ ସାଧୁବାଦ ଜଣାଇଥିଲେ ମୁଖ୍ୟ ବିଚାରପତି l ଶେଷରେ ସମ୍ପାଦକ କମଳ ବେହେରା ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ l ଏହି ଅବସରରେ ଜିଲ୍ଲା ଦୌରାଜଜଙ୍କ ସମେତ ଅନ୍ୟ ବିଚାରପତି, ଓକିଲ ସଂଘର ସମସ୍ତ ସଦସ୍ଯ ଓ ଜୁଡିସିଆଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଉତ୍ସବକୁ ଜେଏମଏଫସି ସୋମ୍ୟଶ୍ରୀ ମହାପାତ୍ର ପରିଚାଳନା କରିଥିଲେ l ପରେ ଓକିଲ ସଂଘର ନିମନ୍ତ୍ରଣ ରକ୍ଷା କରି ବିଚାରପତି ଦ୍ବୟ ଫୁଲବାଣୀ ଓକିଲ ସଂଘ ତରଫରୁ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ l

Exit mobile version