Site icon ଆଜିକାଲି

ଚୋରା ଚାଲାଣ ବେଳେ ଗଞ୍ଜେଇକୁ ଜବତ, ୪ ଗିରଫ

ଭୁବନେଶ୍ୱର : କମିଶନରେଟ୍‌ ପୋଲିସକୁ ପୁଣି ସଫଳତା । ଚୋରା ଚାଲାଣ ବେଳେ ଗଞ୍ଜେଇକୁ ଜବତ କଲା ଚନ୍ଦକା ପୋଲିସ । ଏହାସହିତ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ସଂପର୍କରେ ସବିଶେଷ ସୂଚନା ପ୍ରେସମିଟ୍‌ ଜରିଆରେ ପୋଲିସ ପକ୍ଷରୁ ଦିଆଯିବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ପୋଲିସ ଚଢାଉ କରି ତିନୋଟି କାର୍‌କୁ ଜବତ କରିଛି ପୋଲିସ । ତେବେ ପୋଲିସ କାର୍‌କୁ ଯାଞ୍ଚ ବେଳେ ୬୬ କେଜିର ଗଞ୍ଜେଇ ମିଳିଥିଲା । ଏହାସହିତ ଗଞ୍ଜେଇ ଚୋରା ଚାଲାଣରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଚନ୍ଦକା ଥାନା ପୋଲିସ । ତେବେ ଆଉ କିଛି ସମୟରେ କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରେସ୍‌ ମିଟ୍‌ର କରାଯିବ । ଏହି ପ୍ରେସ୍‌ମିଟ୍‌ରେ ଏ ସଂପର୍କରେ ସବିଶେଷ ସୂଚନା ଦିଆଯିବ ବୋଲି ଜଣାପଡିଛି ।

Exit mobile version