Site icon ଆଜିକାଲି

ମାତ୍ର ଚାରି ଦିନ ପରେ ସରିଲା ବିଧାନସଭା ଅଧିବେଶନ, ଗୃହ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଅଧିବେଶନର ଆଉ ୨୬ ଦିନ ବାକି ଥିଲା । ଶାସକ ଦଳର ପ୍ରସ୍ତାବ ଆଧାରରେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । ଗୃହରେ ବିଶେଷ କିଛି କାର୍ଯ୍ୟ ନଥିବା ଦର୍ଶାଇ ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା । ଗୃହରେ କୌଣସି ବିଜ୍‌ନେସ ନ ଥିଲା ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ,ସବୁ ସରକାରୀ ଓ ବେସରକାରୀ ବିଲ୍‌ ଉପରେ ଆଲୋଚନା ସରିଛି।

Exit mobile version