Site icon ଆଜିକାଲି

ବ୍ରିଜ୍ ଉପରେ ଚାରି ଫୁଟ ଉଚ୍ଚର ପାଣି : ମୋଟୁ-ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ରାଜ୍ୟର ଗତ କିଛି ଦିନ ହେବ ବର୍ଷା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ମାଲକାନିଗରି ଜିଲା ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ର କାଙ୍ଗୁରୁକୋଣ୍ଡା ଏବଂ ପୋଟେରୁ ବ୍ରିଜ୍ ଉପରେ ଚାରି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାର ଦୁଇ ପଟେ ଶତାଧିକ ଗାଡି ଅଟକି ରହିଛି। ଗତ ଏକ ମାସ ମଧ୍ୟରେ ଏହି ବ୍ରିଜ୍ ଉପରେ ଚାରି ଥର ପାଣି ପ୍ରବାହିତ ହେଲାଣି। ଫଳରେ ମାଲକାନଗିରି ମୋଟୁ, ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସୂଚନା ଯେ, ଗତ କିଛି ଦିନ ହେବ ଜିଲାରେ ଲଗାଣ ବର୍ଷା ଯୋଗୁଁ ଜୀବନଯାତ୍ରା ବିଶେଷ ଭାବରେ ପ୍ରଭାବିତ ହୋଇଛି।

FacebookTwitterLinkedinWhatsapp
Exit mobile version