Site icon ଆଜିକାଲି

ରାଜଧାନୀରେ ମର୍ଣ୍ଣିଂ ୱକରଙ୍କୁ ଲୁଟୁଥିବା ଗ୍ୟାଙ୍ଗର ୪ ସଦସ୍ୟ ଗିରଫ

ଭୁବନେଶ୍ୱର : ରାଜଧାନୀରେ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ସୁନା ଚେନ୍‌ ଓ ମୋବାଇଲ୍‌ ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ସେମାନଙ୍କଠାରୁ ୧୭୧ ଗ୍ରାମ ସୁନା, ବାଇକ୍‌ ଓ ୪ଟି ମୋବାଇଲ ଫୋନ ଜବତ କରାଯାଇଛି।

ଏହି ଲୁଟେରା ଗ୍ୟାଙ୍ଗ ମହିଳାମାନଙ୍କ ଅଧିକ ଟାର୍ଗେଟ କରୁଥିଲେ। ଲିଙ୍ଗରାଜ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି।

Exit mobile version