Site icon ଆଜିକାଲି

ରାଜ୍ୟରେ ଆଉ ଚାରିଦିନ ତାତି : ପଶ୍ଚିମରେ ବଢିପାରେ ପାରଦ, ଉପକୂଳ ପାଇଁ କାଳବୈଶାଖୀ ଆଶ୍ୱସ୍ତି

ଭୁବନେଶ୍ୱର : ରାଜ୍ୟରେ ଏବେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଆଉ ଚାରି ଦିନ ଲାଗି ରହିବ । ପାଣିପାଗ କେନ୍ଦ୍ର ଅନୁସାରେ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ତାତି ଅନୁଭୁତ ହେବ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯାଇପାରେ ।

ଖରା ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଘର ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ତେବେ ଉପକୂଳ ଜିଲାରେ ଆଗାମୀ ୩ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଣେ ଗତକାଲି ସନ୍ଧ୍ୟାରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଜନି ବର୍ଷାପବନ ହୋଇଥିବାରୁ ଲୋକଙ୍କୁ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

Exit mobile version