Site icon ଆଜିକାଲି

ଚାରି ବରିଷ୍ଠ ଆଇପିଏସ ଅଫିସରଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟର ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ଏଡିଜି ପାହ୍ୟାକୁ ଉନ୍ନୀତ କରାଯାଇଛି ।

ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର, ଡକ୍ଟର ସୁରେଶ ଦେବ ଦତ୍ତା ସିଂହ, ରାଜେଶ କୁମାର ଓ ରବିକାନ୍ତଙ୍କ ଏଡିଜି ଭାବେ ପଦୋନ୍ନତି ହୋଇଛି । ୨୦୨୩ ମସିହା ଜାନୁଆରୀ ପହିଲାରୁ ସେମାନଙ୍କ ପଦୋନ୍ନତି କାର୍ଯ୍ୟକାରୀ ହେବ । କେନ୍ଦ୍ରୀୟ ଡେପୁଟେସନରେ ଥିବା ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ଏଡିଜି ଭାବେ ପଦୋନ୍ନତି ମିଳିଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Exit mobile version