Site icon ଆଜିକାଲି

ବିଲୁଆ ଆତଙ୍କ, ୨୦ରୁ ଅଧିକ ଲୋକ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ ବିଲୁଆ ଆତଙ୍କ । ଜେମାଦେଇପୁର, ପ୍ରାଣଦେଇପୁର ଓ ହାତୀଓଟ ଗାଁରେ ପାଗଳ ବିଲୁଆ କାମୁଡାରେ ପ୍ରାୟ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତ ଆହତଙ୍କ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀମାନେ ପାଗଳ ବିଲୁଆକୁ କାବୁ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଗତ ୧୮ ତାରିଖରେ ପୁରୀ ଅସ୍ତରଙ୍ଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ବିଲୁଆ କାମୁଡ଼ାରେ ୧୩ ଜଣ ଆହତ ଓ ୨ ଜଣ ଗୁରୁତର ହୋଇଥିଲେ।

Exit mobile version