Site icon ଆଜିକାଲି

ବିଶ୍ବ ମଧୁମେହ ଦିବସ ଅବସର ରେ ମେଗା ମାଗଣା ସ୍ବାସ୍ଥ୍ୟ ଶିବିର


କେନ୍ଦୁଝର, ଆଜି ବିଶ୍ବ ମଧୁମେହ ଦିବସ ଅବସରରେ କେନ୍ଦୁଝର ରୋଟାରୀ କ୍ଲବ , ହିମା ହସ୍ପିଟାଲ ଓ ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ଶାଖା ମିଳିତ ସହଯୋଗରେ ରୋଟାରୀ କ୍ଲବ ପରିସର ରେ ଏକ ମେଗା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିର ରେ ବିଭିନ୍ନ ବର୍ଗର ୩୫୬ ଜଣ ବ୍ୟକ୍ତିଙ୍କର ନିଶୁଳ୍କ ହିମୋଗ୍ଲୋବିନ,ବ୍ଲଡ ସୁଗାର,ବୋନ ମିନାରେଲ,ଡେନସିଟି ଟେଷ୍ଟ,ଲିପିଡ ପ୍ରାେଫାଇଲ,ଗର୍ଭବତୀ ମହିଳାମାନଙ୍କ ପାଇଁ ଗ୍ଲୁକୋଜ ଚାଲେଞ୍ଜ ଟେଷ୍ଟ କରଯିବା ସହ ଚକ୍ଷୁ ଓ ଦନ୍ତ ଆଦି ରୋଗର ପରୀକ୍ଷା କରାଯାଇଥିଲା । ଏଥିରେ ମଧୁମେହ ରୋଗୀଙ୍କୁ ଚିହ୍ନଟ କରାଯିବା ସହିତ ସ୍ନାୟୁ,ହୃଦରୋଗ,ଚକ୍ଷୁ,ଯକୃତ ଜନିତ ରୋଗର ଚିହ୍ନଟ କରାଯାଇ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ପ୍ରଦାନ ସହ ମାଗଣା ଔଷଧ ଦିଆଯାଇଛି । ଏହି ମେଗା ଶିବିର କୁ ସୁନାମଧନ୍ୟ ଡା: ପି.ସି ଦାସ,ଡା: ବେଣୁଧର ମୁଦୁଲି,ଡା: ଅରୁଣ ସାହୁ,ଡା: ଭାରତୀମଣି ବେହେରା,ଡା: ମଦନ ମୋହନ ମହାପାତ୍ର,ଡା: ରଶ୍ମିରଞ୍ଜନ ଭଞ୍ଜ,ଡା ମମତାରାଣୀ ଜେନା,ଡା: ମହେଶ ମହାନ୍ତ(ସମ୍ପାଦକ ଆଇଏମ ଏ ) ଡା: ସଞ୍ଜିବ ହୋତା,ଡା: ପିସି ସ୍ବାଇଁ ପରିଚାଳନା କରିଥିଲେ । ଏହି ମଧୁମେହ ରୋଗର ନିରୂପଣ ଓ ତତ୍ ଜନିତ ସମସ୍ୟାର ଚିହ୍ନଟ ଓ ଉପଚାର ଶିବିର ରେ ରୋଟାରୀ କ୍ଲବର ସଭାପତି ବିଶ୍ବ ପ୍ରକାଶ ଭଟ୍ଟାଚାର୍ଯ୍ୟ,ରୋଟାରିୟାନ ମହେଶ ଚାୱଡା,ଡା: ରଶ୍ମୀ ରଞ୍ଜନ ଭଞ୍ଜ,ଡା: ମମତାରାଣୀ ଜେନା,ପ୍ରଭାତ ରଞ୍ଜନ ଭୁୟାଁ,ସଞ୍ଜୟ ମହାପାତ୍ର,ସତ୍ୟଜିତ ନନ୍ଦ,ଗଜେନ୍ଦ୍ର ବେହେରା,ଅମିୟ ବେହେରା,ଦେବବ୍ରତ ସ୍ବାଇଁ,ରାଜଲକ୍ଷ୍ମୀ ସ୍ବାଇଁ,ପ୍ରଶାନ୍ତ ସ୍ବାଇଁ,ନିରୂପମା ସ୍ବାଇଁ,ସବିତା ବେହେରା,ବିଜୟ କାପୁର,ମାନସ ରାଉତ,ବିଜୟ ରାଉତ,ବିଏନ ପ୍ରସାଦ,ଡା: ସଞ୍ଜିବ ଓତା,ହରିହର ସାହୁ,ସଞ୍ଜୟ ସାହୁ,ବସନ୍ତ ନେଓଟିଆ,ଡା: ଭାରତୀମଣୀ ବେହେରା,ବି.କେ ଦାନୀ,ଅଞ୍ଜୁ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ରୋଟାରୀ କ୍ଲବ କେନ୍ଦୁଝରଗଡ ସଭାପତି ରୋଟାରିୟାନ ବିଶ୍ବ ପ୍ରକାଶ ଭଟ୍ଟାଚାର୍ଯ୍ୟ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version