Site icon ଆଜିକାଲି

ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ, ଜାତୀୟ ରାଜପଥରେ ଭାରୀ ଯାନ ଚାଳକଙ୍କୁ ମିଳିବ ମାଗଣା ଚା’

ଭୁବନେଶ୍ୱର : ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ସରକାର ଗ୍ରହଣ କରିବାକୁ ଯାଉଛନ୍ତି ଏକ ଅଭିନବ ପଦକ୍ଷେପ। ଏଣିକି ରାଜ୍ୟର ଜାତୀୟ ରାଜପଥରେ ଭାରୀ ଯାନ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଯୋଗାଇବା ବ୍ୟବସ୍ଥା କରିବେ । ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଢ଼ାବା ଓ ହୋଟେଲରେ ଡ୍ରାଇଭରମାନେ ରାତିରେ ମାଗଣାରେ ଚା’ ପିଇବେ । ରାସ୍ତା ଚା’ ପିଇବା ସହ ଡ୍ରାଇଭରମାନେ ବିଶ୍ରାମ ବି ନେଇପାରିବେ।

କେଉଁ କେଉଁ ଢ଼ାବା ଓ ହୋଟେଲରେ ଡ୍ରାଇଭରମାନେ ଚା’ ପିଇବା ସହ ରାତିରେ ବିଶ୍ରାମ ନେଇପାରିବେ, ସେସବୁ ଜିଲ୍ଲାପାଳମାନେ ଚିହ୍ନଟ କରିବେ । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି। ରାତିରେ ଡ୍ରାଇଭରଙ୍କ ନିଦ ସମସ୍ୟା ଜନିତ ଦୁର୍ଘଟଣା ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Exit mobile version