Site icon ଆଜିକାଲି

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ : ୨ ଯୋଡ଼ା ଟ୍ରେନ୍ ବାତିଲ

ସମ୍ବଲପୁର: ସମ୍ବଲପୁର ସହରର ସର୍ଲା ୟାର୍ଡ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ବୁଧବାର ରାତି ପ୍ରାୟ ୯ଟାରେ ଝାରସୁଗୁଡ଼ା ପଟୁ ଆସୁଥିବା ସିମେଣ୍ଟ ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଏହାର ୪ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏହି କାରଣରୁ ରେଳ ଯାତାୟତ ସାମୟିକ ପ୍ରଭାବିତ ହୋଇଛି। କିଛି ଟ୍ରେନର ଗତିପଥ ବଦଳାଯାଇଥିବା ବେଳେ କିପରି ଏହି ଦୁର୍ଘଟଣା ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି । ସେହିପରି ଗୁରୁବାର ୨ ଯୋଡ଼ା ଟ୍ରେନ୍ ବାତିଲ କରା ଯାଇଥିବାବେଳେ ୪ଟି ଟ୍ରେନ୍‌ର ଦିଗରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ରେଳଧାରଣାର କାର୍ଯ୍ୟ ଶେଷ ହୋଇନଥିବାରୁ ଆଜି ପାଇଁ ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସକୁ ରଦ୍ଦ କରାଯାଇଛି । ସେହିପରି ଝାରସୁଗୁଡ଼ା- ସମ୍ବଲପୁର ପାସେଞ୍ଜରକୁ ମଧ୍ୟ ଆଜି ପାଇଁ ରଦ୍ଦ ହୋଇଛି । କିଛି ଯାତ୍ରୀବାହୀ ଟ୍ରେନର ଗତିପଥ ବଦଳାଯାଇଛି।

Exit mobile version