Site icon ଆଜିକାଲି

ମାଲବାହୀ ଟ୍ରେନ ଲାଇନଚ୍ୟୁତ : ଆଜି ଉଭୟ ପଟୁ ୬ ଟ୍ରେନ ଚଳାଚଳ ବାତିଲ

ଭୁବନେଶ୍ୱର : ଭୁବନେଶ୍ୱର ଷ୍ଟେସନ ନିକଟରେ ଗତ ସୋମବାର ରାତିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାରୁ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ୱାଭାବିକ ହୋଇପାରି ନାହିଁ । ମଙ୍ଗଳବାର ପାଇଁ ଉଭୟ ପଟୁ ୬ଟି ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଛି ।

ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ, ପୁରୀ-ବଡ଼ବିଲ, ତାଳଚେର-ପୁରୀ, ପାରାଦୀପ-କଟକ ପାସେଞ୍ଜର ଟ୍ରେନ ବାତିଲ କରାଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସୋମବାର ରାତିରେ ଭୁବନେଶ୍ୱର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା। ସିମେଣ୍ଟ ବୋଝେଇ ଟ୍ରେନ ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଓ କଟକ ଦେଇ ବିଜୟନଗରମ ଅଭିମୁଖେ ଯାଉଥିଲା । ତେବେ ଲାଇନଚ୍ୟୁତର କାରଣ ଜଣାପଡ଼ିନି ।

Exit mobile version