Site icon ଆଜିକାଲି

୧୧ ଅଗଷ୍ଟ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜି ଆପଣ ଯେଉଁ କାମ ପୂରା କରିବାକୁ ଚାହିଁବେ, ତାହା ପୂରା ହେବ। ସୋସିଆଲ ମିଡିଆ ଜରିଆରେ ପୁରୁଣା ସାଙ୍ଗ ସହିତ କଥା ହେବେ।

ବୃଷ: ଆଜିର ଦିନ ଭଲରେ କଟିବ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ। କୌଣସି ନୂଆ ବ୍ୟବସାୟରେ ପଇସା ବିନିଯୋଗ କରନ୍ତୁ ନାହିଁ।

ମିଥୁନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାଙ୍ଗଠାରୁ ସାହାଯ୍ୟ ପାଇବେ। ଅଟକି ରହିଥିବା ଟଙ୍କା ଫେରିପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ।

କର୍କଟ: ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। ପରିବାରରେ ଭଲ ତାଳମେଳ ରହିବ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ।

ସିଂହ: ପାରିବାରିକ କାର୍ଯ୍ୟ ପୂରା କରିବାରେ ଘର ଲୋକେ ସାହାଯ୍ୟ କରିବେ। ଛାତ୍ରମାନଙ୍କ ପାଇଁ ଦିନଟି ଭଲ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ।

କନ୍ୟା: ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇବେ। ଘରର ପରିବେଶ ସୁଖଦ ହେବ। ସମାଜର ଲୋକେ ଆପଣଙ୍କ ବ୍ୟକ୍ତିତ୍ୱରେ ସନ୍ତୁଷ୍ଟ ହେବେ।

ତୁଳା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାର୍ଯ୍ୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା ସାଙ୍ଗଙ୍କୁ ଭେଟିବାର ସୁଯୋଗ ପାଇବେ।

ବିଛା: ପ୍ରିୟ ବନ୍ଧୁଙ୍କ ସହ ଫୋନ୍‌ରେ ଏକ ଲମ୍ବା କଥାବାର୍ତ୍ତା ହେବ। ଆଜି ମା’, ବାପାଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଜୀବନରେ ଆଗକୁ ବଢ଼ିବେ।

ଧନୁ: ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆର୍ଥିକ ଲାଭ ପାଇଁ ପରିଶ୍ରମ କରିବେ। ଛାତ୍ରମାନଙ୍କୁ ସଫଳତା ମିଳିବାର ଅବସର ପ୍ରାପ୍ତ ହେବ।

ମକର: ଆଜି ଆପଣଙ୍କ ମନକୁ ନୂଆ ବିଚାର ଆସିବ। କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଝଗଡ଼ା ଠାରୁ ଦୂରେଇ ରହିବାକୁ ହେବ।

କୁମ୍ଭ: ଦିନଟି ବହୁତ ଭଲ। ସମସ୍ତେ ଆପଣଙ୍କ କଥାକୁ ଯତ୍ନର ସହ ଶୁଣିବେ। ସ୍ୱାସ୍ଥ୍ୟ ମାମଲାରେ ନିଜକୁ ସତେଜ ଅନୁଭବ କରିବେ।

ମୀନ: ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ଲେଖକମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ।

Exit mobile version