Site icon ଆଜିକାଲି

୧୫ ଡିସେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆପଣ ସନ୍ତାନର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ସହଭାଗୀତାରେ କୌଣସି କାମ କରନ୍ତୁ ନାହିଁ। ଏଥିରେ ଆପଣଙ୍କୁ କ୍ଷତି ହୋଇପାରେ। ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ।

ବୃଷ : ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବ। ପୈତୃକ ସମ୍ପତ୍ତି ମାମଲାରେ ବିଜୟୀ ହୋଇପାରନ୍ତି। ବ୍ୟବସାୟରେ ଭାବିଚିନ୍ତି କୌଣସି ନିବେଶ କରନ୍ତୁ। ଘରେ ପୂଜାପାଠର ଆୟୋଜନ ହେବ।

ମିଥୁନ : ଯଦି କୌଣସି ଯାତ୍ରାରେ ଯାଉଛନ୍ତି, ତା’ ହେଲେ ସାବଧାନତା ଅବଲମ୍ବନ କରନ୍ତୁ। ଆଜି ଆପଣଙ୍କୁ ଶାରୀରିକ କଷ୍ଟ ହୋଇପାରେ। ନୂଆ ସମ୍ପତ୍ତି କିଣିବାରେ ଆଗ୍ରହୀ ହେବେ।

କର୍କଟ : ଜୀବନସାଥୀଙ୍କ ସହ ଚାଲିଥିବା ମତାନ୍ତର ଦୂର ହେବ। ଆପଣଙ୍କର ନିର୍ଣ୍ଣୟ ନେବାର କ୍ଷମତାରୁ ଆପଣଙ୍କୁ ଲାଭ ମିଳିବ। ପରିବାରରେ କୌଣସି ସଦସ୍ୟଙ୍କର ଆଗମନ ହୋଇପାରେ।

ସିଂହ : ଉତ୍ତମ ସମ୍ପତ୍ତି ଲାଭର ଯୋଗ ରହିଛି। କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପ୍ରସନ୍ନ ହେବେ। ଯଦି ଆପଣ କାହାଠାରୁ ଧନ ଉଧାର ନେଇଥିଲେ, ତାହାକୁ ଭରଣା କରିବାରେ ସଫଳ ହେବେ।

କନ୍ୟା : ଆଜିର ଦିନ ଫଳଦାୟକ ରହିବ। ଲମ୍ବା ସମୟରୁ ଅଟକି ରହିଥିବା କାମ ଆଜି ପୂରା ହୋଇଯିବ। ବ୍ୟବସାୟରେ ଭଲ ଲାଭ ମିଳିବା ଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ।

ତୁଳା : ଆଜି ଆପଣ କଠିନ ପରିଶ୍ରମ କରିବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଭଲ ଫଳାଫଳ ଆଣିବେ। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

ବିଛା : ଆଜିର ଦିନ ସୁଖରେ କଟିବ। ଚାକିରି ସହିତ କୌଣସି ପାର୍ଟ-ଟାଇମ୍‌ କାମ କରିବାକୁ ମଧ୍ୟ ମନ ବଳାଇ ପାରନ୍ତି। କୌଣସି ସାଙ୍ଗ ଆପଣଙ୍କ ଘରକୁ ଅତିଥି ହୋଇ ଆସିପାରନ୍ତି।

ଧନୁ : ଆଜି କୌଣସି ବଡ଼ କାମ ଆରମ୍ଭ କରିପାରନ୍ତି। ନିଜ ସହଯୋଗୀଙ୍କୁ ମନର କଥା କହିବାକୁ ମଉକା ମିଳିବ। ଘରକୁ ଅତିଥି ଆସିପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ମକର : ଆଜି ଅତ୍ୟଧିକ ପରିଶ୍ରମ କରିବେ। ଆପଣଙ୍କ ଉପରେ କାମର ବୋଝ ଅଧିକ ରହିବ। ଆୟର ନୂଆ ନୂଆ ସ୍ରୋତ ପ୍ରାପ୍ତ ହେବ। ପରିବାରରେ ଚାଲିଥିବା ବାଦ ବିବାଦ ଦୂର ହେବ।

କୁମ୍ଭ : ଆଜିର ଦିନ ମିଶ୍ରିତ ରହିବ। ନିଜର ବ୍ୟବହାର ଯୋଗୁ ଚିନ୍ତିତ ରହିବେ। କାରଣ, ଆପଣ ଅଯଥାରେ କ୍ରୋଧ କରିବେ। ଆପଣଙ୍କ ଉନ୍ନତି ରାସ୍ତାରେ ଆସୁଥିବା ବାଧା ଦୂର ହେବ।

ମୀନ : ନିଜ ସାଙ୍ଗଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇପାରନ୍ତି। ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ, ନଚେତ୍‌ ପେଟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ।

Exit mobile version