Site icon ଆଜିକାଲି

୨୩ ଫେବୃଆରୀ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ– କଳହ ଯୋଗ ରହିଛି । ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗିପାରେ । ଚତୁର୍ଥ ଚନ୍ଦ୍ର ଯୋଗୁଁ ମାନହାନି ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପାଇବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।

ବୃଷ– ମନ ଉତ୍ସାହିତ ଓ ପ୍ରଫୁଲ୍ଲିତ ରହିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ଭ୍ରମଣର ଯୋଗ ରହିଛି । ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ଖୁସି ଅନୁଭବ କରିବେ ।

ମିଥୁନ– ଅଳସ୍ୟତା ଗ୍ରାସ କରିବ । ଅଧିକ ଅର୍ଥ ବ୍ୟୟର ଯୋଗ ରହିଛି । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।

କର୍କଟ– କର୍କଟ ରାଶି ପାଇଁ ଦିନଟି ଶୁଭ ରହିଛି । ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ବିଦେଶ ଭ୍ରମଣ ଯୋଗରହିଛି । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ।

ସିଂହ– ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବିବାଦୀୟ ପରିସ୍ଥିତି ଉପୁଜିପାରେ । ବୈବାହିକ ଜୀବନ ଜଞ୍ଜାଳମୟ ହେବ । ଛାତ୍ରଛାତ୍ରୀମାନେ ଅବହେଳିତ ହେବେ । ବ୍ୟବସାୟରେ ଅବନତି ଘଟିପାରେ । ଧନ ବ୍ୟୟ ହେବାର ସମ୍ଭାବନା ରହିବ ।

କନ୍ୟା– ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ଗୃହରେ କିଛି ଶୁଭ କାମ ଆରମ୍ଭ ହେବ । କିଛି ନୂତନ ଦ୍ରବ୍ୟ ଲାଭ କରିବେ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଲାଭର ଯୋଗ ଅଛି । ଛାତ୍ରଛାତ୍ରୀମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ।

ତୁଳା– ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ମନ ଖୁସି ହେବ । ପାରିବାରିକ ଜୀବନ ଖୁସି ରହିବ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ପରିଶ୍ରମ ଅଧିକ ହେବ ଖର୍ଚ୍ଚ ବୃଦ୍ଧି ପାଇବ । ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ।

ବିଛା– ଲୋକ ସମ୍ପର୍କରେ ବୃଦ୍ଧି ହେବ । ମନରେ ବିଷାଦ ଭାବ ଦେଖା ଦେଇପାରେ । ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ । ବିଦ୍ୟାର୍ଥୀମାନେ ଅଳ୍ପ ପରିଶ୍ରମୀ ହେବେ ।

ଧନୁ– ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।

ମକର– ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ ।

କୁମ୍ଭ– କ୍ରୋଧକୁ ନିଜ ସଞ୍ଜମରେ ରଖନ୍ତୁ ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ମନ ସାଧାରଣତଃ ଅଶାନ୍ତ ରହିପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ଉନ୍ନତି କରିବେ ।

ମୀନ– ମାନ ହାନି ହୋଇପାରେ । ମନରେ ଉତ୍ଥାନ-ପତନ ହେବ । ଚାକିରିରେ କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ଅମନଯୋଗୀ ହେବେ । ଭ୍ରମଣ ଯୋଗୁଁ ଶାରୀରିକ କଷ୍ଟ ଭୋଗ କରିବେ ।

Exit mobile version