Site icon ଆଜିକାଲି

୧୨ ଜାନୁଆରୀ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ– ମେଷ ରାଶିର ବ୍ୟକ୍ତି ବିଶେଷମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ । ମନରେ ସାମାନ୍ୟ ବିଷାଦ ଭାବ ସୃଷ୍ଟି ହେବ । ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଛାତ୍ର ଛାତ୍ରୀମାନେ ସଫଳତା ଅର୍ଜନ କରିବେ । ସତସଙ୍ଗରେ ମନୋନିବେଶ କରିବେ ।

ବୃଷ– ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ହୋଇ ରହିବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ହଠାତ୍‌ ଧନ ପ୍ରାପ୍ତିର ସମ୍ଭାବନା ରହିଛି ।ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ । ପରିବାରକୁ ସମୟ ଦେବେ ।

ମିଥୁନ– ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ରହିବେ । ସ୍ବାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଲାଗି ରହିପାରେ । ନୂତନ ବ୍ୟବସାୟ ପାଇଁ ପୁଞ୍ଜି ନିବେଶ କରିବା ସମୟରେ ପରାମର୍ଶ ନିଅନ୍ତୁ । ରାଜନୀତିରେ ଉଚ୍ଚ ପଦ ମିଳିପାରେ। ସନ୍ତାନଙ୍କୁ ନେଇ ମାତା ପିତା ଚିନ୍ତିତ ହେବେ ।

କର୍କଟ– ରାଶିରେ ମଧ୍ୟମ ଫଳ ଯୋଗ ରହିଛି । ଚଲାପଥରେ ଅବରୋଧ ଘଟିପାରେ । ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ । ସାଙ୍ଗ ସାଥିଙ୍କ ପାଇଁ ଅସୁବିଧାରେ ପଡ଼ିପାରନ୍ତି । ମାନହାନି ହେବାର ସମ୍ଭାବନା ରହିଛି ।

ସିଂହ– ଘାତ ଚନ୍ଦ୍ର ହେତୁ ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା, ଆଣ୍ଠୁଗଣ୍ଠିରେ ସମସ୍ୟା ଦେଖା ଦେବ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ମଧ୍ୟ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ ।

କନ୍ୟା– ଭଗବତ ସେବାରେ ନିଜକୁ ନିୟୋଜିତ କରିବେ । କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ନିଜ ସନ୍ତାନଙ୍କ ପାଇଁ ବ୍ୟସ୍ତ ହୋଇ ପାରନ୍ତି । ବ୍ୟବସାୟରେ ଲାଭଜନକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତୁଳା– ଅର୍ଥହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ଅସନ୍ତୋଷ ଭାବ ଜାତ ହୋଇପାରେ । ସୁଖହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କମ୍ପାନିରେ ଯୋଗଦାନ ଦେଇପାରନ୍ତି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିଛି ।

ସିଂହ– ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ । ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତୀର୍ଣ୍ଣ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ ।

ଧନୁ– କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ । ମାଲିମକୋଦ୍ଦମରେ ଜୟ ଯୁକ୍ତ ହେବେ । ମାତା ପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।

ମକର– ଆପଣଙ୍କ କର୍ମର ଫଳ ନିଶ୍ଚୟ ପ୍ରାପ୍ତ ହେବ । ଆତ୍ମ ତୃପ୍ତି ଲାଭ କରିବେ । ବ୍ୟବସାୟରେ ଅନ୍ୟାୟ ଉପରେ ଭରସା କରନ୍ତୁ ନାହିଁ ।ନିଜର ପ୍ରଭାବ ବିସ୍ତାର କରିବେ । ଛାତ୍ର ଛାତ୍ରୀମାନେ ଉନ୍ନତିର ଏକ ପାଦ ଆଗକୁ ବଢ଼ିବେ ।

କୁମ୍ଭ– ପରିବାର ସହିତ କିଛି ସମୟ ବିତାନ୍ତୁ ଭଲ ହେବ । ଅନ୍ୟ ଲୋକଙ୍କ ଅସୁବିଧାକୁ ନିଜ ଉପରକୁ ଟାଣି ନେବ । ମନରେ ବିଷାଦର ଭାବ ଦେଖା ଦେଇପାରେ । ପ୍ରେମିକ ପ୍ରେମିକାମାନେ ସଫଳତା ପାଇବେ । ଛାତ୍ର ଛାତ୍ରୀମାନଙ୍କ ପାଇଁ ବହୁତ ପରିଶ୍ରମ ଲଘୁ କ୍ରିୟା ।

ମୀନ– ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ଅଯଥା କଳହ ଯୋଗ ରହିଛି । ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ଦେଖା ଦେବ । ବ୍ୟବସାୟରେ କ୍ଷତି ହୋଇପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ । ବାକି ଥିବା କାର୍ଯ୍ୟ ସାରିନିଅନ୍ତୁ।

Exit mobile version