Site icon ଆଜିକାଲି

୨୧ ଜୁଲାଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଘରର ବଡ଼ମାନଙ୍କଠାରୁ କିଛି ପ୍ରେରଣା ପାଇବେ। ଯେଉଁ କାମ ଆରମ୍ଭ କରିବେ, ସେଥିରେ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ଆଶାଠାରୁ ଅଧିକ ଧନ ଲାଭ ହେବ। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ମାନ ସମ୍ମାନ ବଢ଼ିବ।

ମିଥୁନ: ଆଜିର ଦିନ ଆପଣଙ୍କ ପାଇଁ ଭଲ ପରିଣାମ ନେଇ ଆସିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ପାରିବାରିକ ଜୀବନ ସୁଖଦ ହେବ।

କର୍କଟ: ଟଙ୍କା ଲେଣ ଦେଣରେ ସାବଧାନ ରୁହନ୍ତୁ। ଚାକିରିଆ ଲୋକଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ହେବ।

ସିଂହ: ଆପଣଙ୍କ ପାଇଁ ଉନ୍ନତିର ନୂଆ ରାସ୍ତା ଖୋଲିବ। କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟି ପାରନ୍ତି। ସାଥୀଙ୍କ ସହଯୋଗ ମିଳିବ।

କନ୍ୟା: କେହି ପୁରୁଣା ବନ୍ଧୁ ଆପଣଙ୍କୁ ସରପ୍ରାଇଜ୍‌ ଦେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିବାର ଲୋକେ ଏକମତ ହେବେ।

ତୁଳା: ଆଜି ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ ହେବ। ପିଲାମାନେ ଅଧ୍ୟୟନରେ ଧ୍ୟାନ ଦେବେ।

ବିଛା: ଘନିଷ୍ଠ ବ୍ୟକ୍ତିଙ୍କଠାରୁ ଭଲ ଖବର ଶୁଣିବାକୁ ମିଳିପାରେ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଧାର୍ମିକ ସ୍ଥାନ ପରିଦର୍ଶନ କରିବେ।

ଧନୁ: ଓକିଲମାନଙ୍କ ପାଇଁ ଦିନଟି ଭଲ ହେବ। ସେମାନଙ୍କୁ କିଛି ନୂଆ କେସ୍‌ ମିଳିପାରେ। ବନ୍ଧୁତା ଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ।

ମକର: ବିବାଦରୁ ଦୂରେଇ ରୁହନ୍ତୁ। ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ଛାତ୍ରମାନେ ଅଧିକ ପରିଶ୍ରମ କରିବେ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: ବସ୍ ଆପଣଙ୍କୁ ପ୍ରଶଂସା କରିବେ। ଲିଖନ ପ୍ରତି ରୁଚି ବଢ଼ିବ। ଆପଣଙ୍କ କଥା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପରିବାରର ସମର୍ଥନ ପାଇବେ।

ମୀନ: ଜୀବନସାଥୀଙ୍କ ସହିତ ଘରୋଇ କାର୍ଯ୍ୟ ପୂରା କରିବାରେ ବ୍ୟସ୍ତ ରହିବେ। ମେଡିକାଲ ଛାତ୍ରଙ୍କ ପାଇଁ ଦିନଟି ଭଲ। ଧନ ବୃଦ୍ଧି ହେବ।

Exit mobile version