Site icon ଆଜିକାଲି

୨୩ ଜୁନ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆପଣ ଭାବିଥିବା କାମ ପୂରା ହେବ। ପାଖ ଲୋକଙ୍କଠାରୁ ସହଯୋଗ ପାଇବେ। ଆପଣଙ୍କୁ ମା’, ବାପାଙ୍କ ଆଶୀର୍ବାଦ ମିଳିବ। ଧନ ଲାଭ ହେବ।

ବୃଷ: ଆଜି ଭାଗ୍ୟ ସାଥ୍‌ ଦେବ। ଅଫିସ୍‌ କାମ ଭଲ ଭାବରେ ସମାପ୍ତ ହେବ। ଆପଣଙ୍କ ବ୍ୟବହାରରେ ସହକର୍ମୀ ଖୁସି ରହିବେ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ନିଜ ଦାୟିତ୍ୱକୁ ଭଲ ଭାବରେ ତୁଲାଇବେ। ଘର ପାଇଁ କିଛି ଜରୁରୀ ଜିନିଷପତ୍ର କିଣିବେ। ଆପଣ ଜୀବନସାଥୀଙ୍କୁ ସହଯୋଗ କରିବେ।

କର୍କଟ: ମା’, ବାପାଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଛୋଟ ଛୋଟ କଥାରେ ରାଗିବା ଦ୍ୱାରା ଲୋକେ ବିରୋଧ କରିବେ। ଲଭ୍‌ମେଟ୍ସ ବାହାରକୁ ବୁଲିବାକୁ ଯିବେ।

ସିଂହ: କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ। ଘରେ ଭାଇ, ଭଉଣୀଙ୍କ ସାହାଯ୍ୟରୁ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ମନ ପ୍ରସନ୍ନ ରହିବ।

କନ୍ୟା: ଆର୍ଥିକ ଲାଭର ଅବସର ପ୍ରାପ୍ତ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆଜି ଆପଣଙ୍କ ବାପାଙ୍କୁ ପୁରୁଣା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଛୁଟକାରା ମିଳିବ।

ତୁଳା: ଆଜିର ଦିନ ଠିକ୍‌ଠାକ୍‌ ରହିବ। ସାମାନ୍ୟ ଆର୍ଥିକ ସମସ୍ୟା ଦେଖାଦେବ। ଜୀବନସାଥୀଙ୍କର ଉନ୍ନତି ଦେଖି ଆପଣଙ୍କ ମନ ପ୍ରସନ୍ନ ରହିବ।

ବିଛା: ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ନବବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ।

ଧନୁ: ଆଜି ଆପଣଙ୍କ ଦିନ ଖୁସିରେ ଭରି ରହିବ। ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ନିଜକୁ ଫିଟ୍‌ ଅନୁଭବ କରିବେ।

ମକର: ଆପଣଙ୍କ ସମ୍ପର୍କରେ ମଧୁରତା ବଢ଼ିବ। ଆଜି ଆପଣ ନିଜ କାମ ସମୟ ଅନୁସାରେ ପୂରା କରିନେବେ। ଶିକ୍ଷକମାନଙ୍କୁ ପ୍ରମୋସନ ମିଳିପାରେ।

କୁମ୍ଭ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଅଟକିଥିବା କାମ ଘରଲୋକଙ୍କ ସହାୟତାରେ ପୂରା ହେବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଆଜି ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକତା ଆଡ଼କୁ ରହିବ। ଜୀବନସାଥୀଙ୍କ ସହ ତାଳମେଳ ବଜାୟ ରଖନ୍ତୁ। କୌଣସି କାମରେ ତାଙ୍କର ପରାମର୍ଶ ନିଅନ୍ତୁ।

Exit mobile version