Site icon ଆଜିକାଲି

୩୦ ଜୁନ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜି ଆଶା, ନିରାଶାର ଭାବ ମନରେ ରହିପାରେ। ପାରିବାରିକ ସମସ୍ୟା ଚିନ୍ତିତ କରିବ। ଖର୍ଚ୍ଚ ଅଧିକ ରହିବ। ବାପା ଓ ମା’ଙ୍କ ସାଥ୍‌ ମିଳିବ।

ବୃଷ: ବୌଦ୍ଧିକ କାର୍ଯ୍ୟରେ ମାନ ସମ୍ମାନ ମିଳିବ। ଭାଇ, ଭଉଣୀଙ୍କ ସହଯୋଗ ମିଳିପାରେ। ମନ ପ୍ରସନ୍ନ ରହିବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ।

ମିଥୁନ: ଆତ୍ମସଂଯତ ରୁହନ୍ତୁ। କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ। କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଆୟ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

କର୍କଟ: ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ସମସ୍ୟାରୁ କିଛିଟା ଉପଶମ ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଯାତ୍ରା ଯୋଗ ରହିଛି।

ସିଂହ: ଆଜି ମା’, ବାପାଙ୍କ ସହଯୋଗ ମିଳିପାରେ। ଆତ୍ମବିଶ୍ୱାସ ବଢ଼ିବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ପୁରୁଣା ସାଙ୍ଗକୁ ଭେଟିପାରନ୍ତି।

କନ୍ୟା: କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ଚାକିରିରେ ଉନ୍ନତିର ଅବସର ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଅଯଥା ଖର୍ଚ୍ଚ ବଢ଼ିବ।

ତୁଳା: ମାନସିକ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରନ୍ତୁ। ବ୍ୟବସାୟରେ ବୃଦ୍ଧି ହେବ। ଲାଭର ଅବସର ମିଳିବ। ବାପା, ମା’ ଓ ମିତ୍ରଙ୍କ ସହଯୋଗ ମିଳିବ।

ବିଛା: ଚାକିରିରେ ଉନ୍ନତିର ଅବସର ମିଳିପାରେ। ବସ୍ତ୍ର ଉପରେ ଖର୍ଚ୍ଚ ବଢ଼ିବ। ଭବନ ସୁଖ ବଢ଼ିପାରେ। ମନ ଅଶାନ୍ତ ରହିବ। ପୁରୁଣା ସାଙ୍ଗ ଭେଟିବେ।

ଧନୁ: ଆତ୍ମବିଶ୍ୱାସ ବହୁତ ରହିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ବସ୍ତ୍ର ପ୍ରତି ରୁଚି ବଢ଼ିପାରେ। କାରବାର ଉପରେ ଧ୍ୟାନ ଦିଅନ୍ତୁ।

ମକର: ନିଜ ଭାବନାକୁ ବଶରେ ରଖନ୍ତୁ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ମାନସିକ ଶାନ୍ତି ରହିବ। ବାହନ ସୁଖ ବଢ଼ିବ।

କୁମ୍ଭ: ବାଣୀରେ ମଧୁରତା ରହିବ। ଚାକିରିରେ ଉନ୍ନତିର ଅବସର ମିଳିବ। ଯାତ୍ରା ଖର୍ଚ୍ଚ ବଢ଼ିବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ଅସନ୍ତୋଷ ଭାବ ରହିବ।

ମୀନ: ମନ ଖୁସି ରହିବ। ପୈତୃକ ସମ୍ପତ୍ତିରୁ ଧନ ପ୍ରାପ୍ତ ହେବ। ମିତ୍ରଙ୍କ ସହଯୋଗ ମିଳିବ। କ୍ରୋଧଠାରୁ ଦୂରେଇ ରୁହନ୍ତୁ। ଅଯଥା ଝଗଡ଼ାରୁ ଦୂରେଇ ରୁହନ୍ତୁ।

Exit mobile version