Site icon ଆଜିକାଲି

୧୭ ନଭେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭାଗ୍ୟ ସାଥ୍‌ ଦେବ। ପ୍ରତିକୂଳ ପରିସ୍ଥିତିରେ ଆପଣ ଧୌର୍ଯ୍ୟର ସହିତ ଆଗକୁ ବଢ଼ିବେ। ଦୀର୍ଘ ଦିନରୁ କରିଥିବା ଯୋଜନା କାର୍ଯ୍ୟକାରୀ ହୋଇପାରେ।

ବୃଷ: ନିଜର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। କୌଣସି କାର୍ଯ୍ୟକୁ ଅଣଦେଖା କରନ୍ତୁ ନାହିଁ, ନଚେତ୍ ସମସ୍ୟା ଉପୁଜିପାରେ। କାହାଠାରୁ ଋଣ ନିଅନ୍ତୁ ନାହିଁ।

ମିଥୁନ: ଆଜି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସତର୍କ ରହିବାକୁ ପଡିବ। କୌଣସି ବଡ଼ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବେ। ସହଭାଗୀତାରେ କୌଣସି କାର୍ଯ୍ୟ କରି ଲାଭବାନ ହେବେ।

କର୍କଟ: ଆଜିର ଦିନ ସକାରାତ୍ମକ ପରିଣାମ ନେଇ ଆସିବ। ଆତ୍ମବିଶ୍ୱାସ ଭରପୂର ରହିବ, ତେଣୁ ନିଜ କାର୍ଯ୍ୟରେ କଠିନ ପରିଶ୍ରମ କରିବେ। ଭ୍ରମଣ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ।

ସିଂହ: ଆଜିର ଦିନ ଏକ ଲାଭଦାୟକ ଦିନ ହେବ। ସାଙ୍ଗମାନଙ୍କ ସମର୍ଥନ ରହିବ। ନିଜର ଶକ୍ତିକୁ ଠିକ୍ କାର୍ଯ୍ୟରେ ଲଗାଇବେ, ନଚେତ୍ ସମସ୍ୟା ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ସୁଯୋଗ ମିଳିପାରେ।

କନ୍ୟା: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କ ଘରେ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଯଦି ଏମିତି ଘଟେ, ତା’ ହେଲେ ଶାନ୍ତ ରୁହନ୍ତୁ। ଆପଣଙ୍କୁ କିଛି କଥାକୁ ଗୋପନୀୟ ରଖିବାକୁ ହେବ।

ତୁଳା: ଆଜି ଆବଶ୍ୟକ କାର୍ଯ୍ୟରେ ସାବଧାନ ରହିବାକୁ ପଡ଼ିବ। ସମସ୍ତଙ୍କ ସହିତ ସମ୍ମାନ ବଜାୟ ରଖନ୍ତୁ। ଆପଣ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ। ଘରେ ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ।

ବିଛା: ଆପଣ ବିନା ଦ୍ୱିଧାରେ ନିଜ କାର୍ଯ୍ୟରେ ଆଗକୁ ବଢ଼ନ୍ତୁ। ପରିବାରର କୌଣସି ସଦସ୍ୟଙ୍କର ବିବାହ ପ୍ରସ୍ତାବ ଉପରେ ମୋହର ବାଜିପାରେ। ପରିବେଶ ସୁଖଦ ରହିବ। ସମ୍ପର୍କୀୟ ସାହାଯ୍ୟ କରିବେ।

ଧନୁ: ଆପଣଙ୍କ ମାନ ସମ୍ମାନ ବଢ଼ିବ। କୌଣସି ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇବେ। ପାରିବାରିକ ସମସ୍ୟାରୁ ମୁକ୍ତି ପାଇବାକୁ ଚେଷ୍ଟା କରିବେ। ନିଜର ଆୟ ଓ ବ୍ୟୟରେ ସନ୍ତୁଳନ ବଜାୟ ରଖନ୍ତୁ।

ମକର: ଆଜି ବହୁତ ଭାବିଚିନ୍ତି ଆଗକୁ ବଢ଼ିବାକୁ ହେବ। ପାରିବାରିକ ସମ୍ପର୍କରେ ମଧୁରତା ରହିବ। ଆବଶ୍ୟକ ମାମଲାରେ ଧୌର୍ଯ୍ୟ ବଜାୟ ରଖନ୍ତୁ। ନୂତନ ଯାନ କିଣିବା ଆପଣଙ୍କ ପାଇଁ ଭଲ ହେବ।

କୁମ୍ଭ: ଆଜି କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। କିଛି ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନଟି ଭଲ। ପରିବାରରେ ନୂଆ ସଦସ୍ୟ ଆସିପାରନ୍ତି।

ମୀନ: ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନଟି ଭଲ। ଆପଣଙ୍କୁ ଭଲ ଲାଭ ମିଳିବା ଦ୍ୱାରା ଆପଣ ଅତ୍ୟନ୍ତ ଖୁସି ହେବେ। ଆପଣ କାହାକୁ ଧନ ଉଧାର ଦିଅନ୍ତୁ ନାହିଁ। ପ୍ରଶାସନିକ ମାମଲାରେ ସଚେତନ ରୁହନ୍ତୁ।

Exit mobile version