Site icon ଆଜିକାଲି

୧୬ରୁ ଯୁକ୍ତ୨ ଥିଓରି ପରୀକ୍ଷା, ହବ୍‌ରେ ସିସିଟିଭି ବ୍ୟବସ୍ଥା ସହ ମୁତୟନ ହେବେ ପୁଲିସ

ଭୁବନେଶ୍ବର : ଫେବ୍ରୁଆରି ୧୬ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ହାତରେ ଆଉ କମ୍‌ ସମୟ ଥିବାରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)ଗୁଡ଼ିକୁ ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି।

ଏଥର ମଧ୍ୟ ପରିଷଦ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଫେବ୍ରୁ୍ଆରି ୧୦ରୁ ୧୫ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଫେବ୍ରୁ୍ଆରି ୨୯ରୁ ମାର୍ଚ୍ଚ ୩ ମଧ୍ୟରେ ପ୍ରଶ୍ନପତ୍ର ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପଠାଯିବ। ତେଣୁ ସମ୍ପୃକ୍ତ କାଗଜପତ୍ରକୁ ସଂଗ୍ରହ କରିବାକୁ ଇଏମ୍‌ଏଚ୍‌ ସୁପରଭାଇଜର ଓ ଡେପୁଟି ସୁପରଭାଇଜର ଉପସ୍ଥିତ ରହିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବା ପୂର୍ବରୁ ସମସ୍ତ ହବ୍‌ରେ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ସହ ପୁଲିସ ମୁତୟନ କରିବାକୁ ୨୦୨ ହବ୍‌ ସୁପରଭାଇଜର ତଥା‌ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version