Site icon ଆଜିକାଲି

ମେ’ ୧୫ରୁ ରାଜ୍ୟରେ ଗଡ଼ିବ ପୁରୀ-ହାଓ୍ୱଡା ବନ୍ଦେ ଭାରତ ଟ୍ରେନ୍‌

ଭୁବନେଶ୍ୱର : ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍‌ । ଆସନ୍ତା ମେ ୧୫ ରୁ ପୁରୀରୁ ହାଓ୍ୱଡ଼ା ଚାଲିବ ବନ୍ଦେ ଭାରତ ଟ୍ରେନ୍‌ ।

ଏହା ପୂର୍ବରୁ ବନ୍ଦେ ଭାରତ ଟ୍ରେନ୍‌ର ଟ୍ରାଏଲ୍‌ ରନ୍‌ କରାଯାଇଥିଲା । ଗତ ୨୮ ତାରିଖରେ ହାଓ୍ୱାଡା-ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ୍ ହୋଇଥିଲା । ସେହିଦିନ ସକାଳ ୬ଟା ୧୦ ମିନିଟ୍‌ରେ ହାଓ୍ୱଡାରୁ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ୍‌ । ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିଥିଲା । ଏହା ପରେ ଭୁବନେଶ୍ବର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନରେ ପହଞ୍ଚିଥିଲା ଟ୍ରେନ୍‌ । ପୁରୀରେ କିଛି ସମୟ ରହିବା ପରେ ପୁଣି ଥରେ ହାଓ୍ୱଡ଼ା ଅଭିମୁଖେ ବାହାରିଥିଲା ।

Exit mobile version