Site icon ଆଜିକାଲି

ମେ ୨୨ରୁ କଳାବ୍ୟାଚ ପରିଧାନ କରିବ ମିଳିତ ଆମଲା ମଞ୍ଚ •ସରକାର ଙ୍କୁ ଦିଆଯାଇଥିବ ସ୍ମାରକପତ୍ର ନିଷ୍ପତି ନେଲେନି •ଜୁନ ୧ରୁ ସମୂହ ଛୁଟି,ମେ୨୨ରୁ ୩୧ ବିରୋଧ ପ୍ରଦର୍ଶନ

କେନ୍ଦୁଝରସଦର,୧୫ା୫(ନି.ପ୍ର):କେନ୍ଦୁଝର ଜିଲ୍ଲା ମିଳତ ଆମଲା ମଞ୍ଚ ର ସାଧାରଣ ପରିଷଦ ବୈଠକ କେନ୍ଦୁଝର କଲେକ୍ଟୋରେଟ କ୍ଲବ ଠାରେ ମିଳିତ ଅମଲା ମଞ୍ଚ ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ରଣା ଙ୍କ ସଭାପତିତ୍ବରେ ସୋମବାର ଅନୁଷ୍ଠିତ ହୋଇଯାଇଛି।ଅମଲା ମାନଙ୍କର ବେତନ ର ଅସଙ୍ଗିତ ଦୂର କରି ଲେଭେଟ-୦୯ ରେ ପ୍ରଦାନ କରିବା ପାଇଁ ଅପ୍ରେଲ ମାସ ୨୧ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ତେବେ ସରକାର ଙ୍କର କୈାଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ଏହି ମେ ୧ତାରିଖ ସରକାର ଙ୍କୁ ଚରମପତ୍ର ପ୍ରଦାନ କରାଯାଇଥିଲା।ମାତ୍ର ଏହା ସତ୍ତ୍ବେ ସରକାର କୈାଣସି ନିଷ୍ପତି ପଦକ୍ଷେପ ନନେବାରୁ ଅମଲା ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା।ଫଳସୂରୁପ ରାଜ୍ୟ ସଂଘର ନିଷ୍ପତି ଅନୁସାରେ ଜିଲ୍ଲା ର ସମସ୍ତ ଅମଲା ମେ ୨୨ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ପୂର୍ବକ କଳାବ୍ୟାଚ ପରିଧାନ କରି କାର୍ଯ୍ୟ ସଂମ୍ପାଦନ କରିବେ ବୋଲି ଜଣାପଡିଛି।ଏହାଛଡା କନିଷ୍ଠ ସହାୟକ ଙ୍କ ମୂଳ ଦରମା ୪୨ଶହ ଗ୍ରେଡପେ ଲେଭେଟ-୦୯ କୁ ବୃଦ୍ଧି କରିବା ପାଇଁ ଥିବା ଦାବି କୁ ସରକାର ପୂରଣ ନକଲେ ଜୁନ ୧ରୁ ସମୂହ ରେ ରହିବାକୁ ଚେତାବନୀ ଦେଇଛନ୍ତି।ଏଥିରେ ମିଳିତ ଆମଲ ମଞ୍ଚର କାର୍ଯ୍ୟକର୍ତ୍ତା ଙ୍କ ସହିତ ଓଡିଶା ରାଜସ୍ବ ଅମଲା ସଂଘର କର୍ମକର୍ତ୍ତା ଓଡିଶା ଅମଲା ସଂଘର କର୍ମକର୍ତ୍ତା,ଓଡିଶା ଟ୍ରେଜରୀ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଏହାକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିବା ସହିତ ସବଡିଭିଜନ ସ୍ତରୀୟ ସ୍କ୍ବାର୍ଡ ଗଠନ କରାଯାଇ ସମସ୍ତ କାର୍ଯ୍ୟାଳୟକୁ ଗସ୍ତକରି ଅମଲା ମାନଙ୍କୁ ଅମଲା ମାନଙ୍କୁ ପ୍ରଦାନ କରିବା ସହିତ ସଚେତନ କରିବାକୁ ନିଷ୍ପତି ନେଇଥିଲେ।

Exit mobile version