ପୁରୀ : ଆଜି ଠାରୁ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି । ପାଞ୍ଚ ଦିନ ଧରି ପଞ୍ଚୁକ ବ୍ରତ ପାଳିବେ ଶ୍ରଦ୍ଧାଳୁ । ପଞ୍ଚୁକର ପ୍ରଥମ ଦିନରେ ଅର୍ଥାତ୍ ହରି ଉତଥାପନ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ । ଶ୍ରୀବିଗ୍ରହମାନଙ୍କ ଅବକାଶ ନୀତି ଶେଷ ହେବା ପରେ ସ୍ୱର୍ଣର୍ ଆଭୂଷଣରେ ବିଭୂଷିତ ହୋଇ ଲକ୍ଷ୍ମୀନାରାୟଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ମମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ବେଶ କରିବେ । ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଳନ କରାଯାଏ ।
ପାଞ୍ଚ ଦିନରେ ମହାପ୍ରଭୁ ପାଞ୍ଚଟି ବେଶ ହେବେ । ଆଜି ଲକ୍ଷ୍ମୀନାରାୟଣ ବେଶ ଥିବା ବେଳେ ଦ୍ୱାଦଶୀରେ ବାଙ୍କଚୁଡ଼ା ବେଶ, ତ୍ରୟଦଶୀରେ ତ୍ରିବ୍ରିକମ ବେଶ, ଚତୁଦ୍ଦର୍ଶୀରେ ଲକ୍ଷ୍ମୀନୃସିଂହ ବେଶ କରାଯିବ । ହବିଷ୍ୟାଳିମାନେ ଏକମାସ ଧରି କାର୍ତିକ ବ୍ରତ ପାଳନ କରିଥିବା ବେଳେ ଶେଷ ପାଞ୍ଚ ଦିନ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି । ପଂଚୁକରେ ଗହଳିକୁ ଦୃଷ୍ଟିରେ ରଖି ମରିଚିକୋଟ ଛକ ନିକଟରୁ ଲମ୍ବା ବାରିକେଡ ପ୍ରସ୍ତୁତ କରାଯାଇଛି । ଏହାସହ ସ୍ୱତନ୍ତ୍ର ବ୍ୟାରିକେଡରେ ସରକାରୀ ଶିବିରରେ ରହୁଥିବା ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ କେବଳ ପଞ୍ଚୁକ ପାଞ୍ଚ ଦିନ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।