Site icon ଆଜିକାଲି

ଆଜିଠୁ ଶ୍ରୀମନ୍ଦିର ସିଂହଦ୍ଵାରର ରୁପା ଛାଉଣୀ କାର୍ଯ୍ୟ

ପୁରୀ : ଆଜିଠୁ ଶ୍ରୀମନ୍ଦିର ସିଂହଦ୍ଵାରର ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ ହେଉଛି । ପ୍ରଥମେ ସିଂହଦ୍ବାର କବାଟ ଖୋଲାଯାଇ ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ କରାଯିବ । ଏହି କାର୍ଯ୍ୟ ପାଇଁ ଅସ୍ଥାୟୀ କବାଟ ପ୍ରସ୍ତୁତ ହୋଇଛି । ରଥଯାତ୍ରା ସମୟରେ ରୁପା ଛାଉଣୀ କାର୍ଯ୍ୟ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ।

ସିଂହଦ୍ଵାର ସହ ଦକ୍ଷିଣୀ ଘର ମଧ୍ୟ ରୁପା ଛାଉଣୀ ହେବ । କଡ଼ା ସୁରକ୍ଷା ଓ ସିସିଟିଭି ସର୍ଭେଲାନ୍ସରେ ଛାଉଣୀ କାର୍ଯ୍ୟ ସମ୍ପାଦନ କରାଯିବ ।

Exit mobile version