Site icon ଆଜିକାଲି

ଆଜି ଠାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା, ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା । ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲ ଗୁଡିକ ପ୍ରସ୍ତୁତି ଚୂଡାନ୍ତ କରିବା ସହ ସମସ୍ତ ବିଭାଗକୁ ପ୍ରଶ୍ନପତ୍ର, ଉତର ଖାତା ସହ ଟାଇମ୍ ଟେବୁଲ ପଠାଯାଇଛି । ଏନେଇ ଏକ୍ସଟରନାଲ ମାନଙ୍କୁ ଚିଠି କରାଯାଇଛି ।

ବୁଧବାର ୯ଟା ୩୦ରୁ ଛାତ୍ରଛାତ୍ରୀ ମାନେ ଲ୍ୟାବ ମଧ୍ୟକୁ ପ୍ରବେଶ କରିବେ । ପ୍ରଥମ ସିଟିଂ ୧୦ ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ସିଟିଂ ୨ ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ ।

ବିଜ୍ଞାନରେ ଫିଜିକ୍ସ, ବଟନି, ଜୁଲୋଜି, କେମେଷ୍ଟ୍ରୀ, ଇନଫରମେସନ୍ ଟେକ୍ନୋଲୋଜି, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ହେବ । ସେହିପରି ବାଣିଜ୍ୟରେ ଆକାଉଂଟାସି, ବିଏମ୍‌ଏସ୍‌, କଷ୍ଟ ଆକାଉଂଟିଂରେ ପରୀକ୍ଷା ହେବ । କଳାରେ ଆନ୍ଥ୍ରୋପୋଲୋଜି, ସାଇକୋଲଜି, ଜିଓଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍‌, ଏଯୁକେସନ ଭଳି ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

Exit mobile version