Site icon ଆଜିକାଲି

ଆଜିଠୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଯୋଜନା କାର୍ଯ୍ୟକାରିତାର ନେବେ ରିପୋର୍ଟ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ କରିବେ ବିଭାଗୀୟ ସମୀକ୍ଷା । ଜୁନ୍ ୧ ତାରିଖ ଯାଏ ଚାଲିବ ଏହି ସମୀକ୍ଷା କାର୍ଯ୍ୟକ୍ରମ । ଆଜି ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ବାସ୍ଥ୍ୟ ବିଭାଗ ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ । ବିଭାଗ କ’ଣ ସବୁ କାର୍ଯ୍ୟ କରିଛନ୍ତି ଓ ନିର୍ବାଚନ ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ବିଭାଗୀୟ ସମୀକ୍ଷା କରି ବିଗତ ୪ ବର୍ଷରେ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି, ତାର ହିସାବ ନେବେ ମୁଖ୍ୟମନ୍ତ୍ରୀ । ଏହାପରେ ଗୀତ ଗୋବିନ୍ଦ ସଦନରେ ବିଭାଗୀୟ ମନ୍ତ୍ରୀ ବୈଠକ ସମ୍ପର୍କରେ ସୂଚନା ଦେବେ । ବୈଠକରେ ମନ୍ତ୍ରୀମାନେ ନିଜ ବିଭାଗର ସର୍ବନିମ୍ନ ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ନବୀନଙ୍କୁ ଜଣାଇବେ । ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବାକୁ ଯାଉଛି ।

Exit mobile version