Site icon ଆଜିକାଲି

ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା । ଶ୍ରେଣୀଗୃହରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । କୋଭିଡ ସଂକ୍ରମଣ ହ୍ରାସ ପାଇବା ସହ ଦୁଇବର୍ଷ ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ୱାଭାବିକ ସ୍ଥିତିକୁ ଫେରିଛି ।

ଆଜି ପ୍ରଥମ ଦିନରେ ଓରିଏଣ୍ଟେସନ କାର୍ଯ୍ୟକ୍ରମ ସହିତ କ୍ୟାମ୍ପସର ନିୟମ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯିବ । ଏବେ ସୁଦ୍ଧା ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସାଢ଼େ ତିନି ଲକ୍ଷ ପିଲା ନାମ ଲେଖାଇ ସାରିଲେଣି। ଏତେ ସଂଖ୍ୟକ ପିଲା ନାମ ଲେଖାଇ ସାରିଥିବାରୁ ଆଜିଠାରୁ ପାଠପଢ଼ା ଆରମ୍ଭ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ସରିଥିଲେ ମଧ୍ୟ ନାମଲେଖା ପ୍ରକ୍ରିୟାକୁ ଏହି ମାସ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Exit mobile version