Site icon ଆଜିକାଲି

ଆଜିଠୁ କମିବ ତାତି, ବଢିବ ଶୀତ

ଭୁବନେଶ୍ବର : ରାଜ୍ୟରେ ଆଗକୁ ଆହୁରି ବଢିବ ତାତି । ଫେବୃଆରୀ ମାସରେ ହିଁ ତାତି ୪୦ ଡିଗ୍ରୀ ଛୁଇଁଯିବ । ଆଜି ରାତିରୁ ରାଜ୍ୟର ପାରଦସ୍ତର ଖସିବା ଆରମ୍ଭ କରିବ। ୨ ଦିନରେ ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ରାତି ତାପମାତ୍ରା ଖସିବ। ଫଳରେ ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳ ଶୀତ ଓ ଅନ୍ୟ କିଛି ଅଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେବ। ଏହା ପରବର୍ତୀ ୨ରୁ ୩ ଦିନରେ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅଧିକ ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ୧୮ ତାରିଖ ପରଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିଯିବ । କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୬ ଡିଗ୍ରୀ ଅଧିକ ରହିବ । ୨୨ ତାରିଖ ବେଳକୁ ଭୁବନେଶ୍ୱର ସମେତ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିବ । ଫେବ୍ରୁଆରୀ ଶେଷ ସପ୍ତାହରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁବ ବୋଲି ସେ କହିଛନ୍ତି ।

Exit mobile version