Site icon ଆଜିକାଲି

ଆଜିଠୁ ବଦଳିବ ପାଗ, କାଳବୈଶାଖୀ ବର୍ଷା ଆଣିବ ତାତିରୁ ଆଶ୍ୱସ୍ତି

ଭୁବନେଶ୍ଵର – ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଅସହ୍ୟ ତାତିରୁ ନିସ୍ତାର ମିଳିପାରେ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ସୋମବାର ଠାରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ଲାଗିପାରେ। ୭ ଏବଂ ୮ ତାରିଖରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ଏଥିପାଇଁ ୬ରୁ ୮ ତାରିଖ ମଧ୍ୟରେ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ୭ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ଭାରି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ୬ରୁ ୮ ତାରିଖ ମଧ୍ୟରେ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ୭ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ଭାରି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Exit mobile version